www.samajalive.in
Wednesday, December 10, 2025
16.1 C
Bhubaneswar

ଚୌଦ୍ୱାରରେ ଟସର ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ

ଚୌଦ୍ୱାର : ଗୋପାଳପୁର ଶିଳ୍ପାଞ୍ଚଳରେ ଇଡ଼କୋ ଜମିରେ ଏକ ଟସର ଉତ୍ପାଦନ କେନ୍ଦ୍ର ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପ୍ରସ୍ତାବିତ କେନ୍ଦ୍ରର ଶିଳାନ୍ୟାସ କରିଥିଲେ। କେନ୍ଦ୍ର ଖଦି ଗ୍ରାମଦ୍ୟୋଗ ଆୟୋଗ ଅଧ୍ୟକ୍ଷ ବିନୟ କୁମାର ସାକ୍‍ସେନା, ସିଇଓ ପ୍ରୀତ୍‍ ବର୍ମା,କଟକ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭବେ ଯୋଗ ଦେଇଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଏହି କେନ୍ଦ୍ରରୁ ଉନ୍ନତ ମାନର ଟସର ଉତ୍ପାଦନ କରାଯାଇ ରାଜ୍ୟରେ ସିଲ୍‍କ୍‍ ଶାଢ଼ୀ ଓ ସିଲ୍‍କ ବସ୍ତ୍ର ଉତ୍ପାଦନ କରୁଥିବା କରିଗର ଓ ସମବାୟ ସମିତି ଗୁଡ଼ିକୁ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇ ସିଲ୍‍କ ବସ୍ତ୍ର ଉତ୍ପାଦନକାରୀଙ୍କ ଆର୍ଥିିକ ବିକାଶରେ ଏହା ବହୁ ମାତ୍ରାରେ ଉପଯୋଗି ହୋଇ ପାରିବ ବୋଲି ବିନୟ ସାକ୍‍ସେନା ପ୍ରକାଶ କରିଥିଲେ। ନୂଆପାଟଣାସ୍ଥିତ ଆଦର୍ଶ ଖଦିଉତ୍ପାଦକ ସଂଘ ଏହି କେନ୍ଦ୍ରର ପରିଚାଳନା କରିବେ।
ମନ୍ତ୍ରୀ ଶ୍ରୀ ଷଢ଼ଙ୍ଗୀ ପୂର୍ବରୁ ଇଡ଼କୋ ଶିଳ୍ପାଞ୍ଚଳ ପରିଦର୍ଶନ କରି ସେଠାରେ ଏକ ସେଣ୍ଟ୍ରାଲ ସ୍ଲିଭର ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ ଏବଂ ତାହା କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ମଧ୍ୟ ହୋଇଥିଲା। ପରେ ଉକ୍ତ ପ୍ରସ୍ତାବକୁ ସ୍ଥଗିତ ରଖାଯାଇ ଟସର ୟାର୍ଣ୍ଣ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories