www.samajalive.in
Sunday, December 14, 2025
26.1 C
Bhubaneswar

ଗୁଜରାଟ ବନ୍ୟାରେ ୨୯ ମୃତ, ଆହୁରି ବର୍ଷିବ ୫ ଦିନ

ଅହମଦାବାଦ : ଅବିରତ ବର୍ଷା ଯୋଗୁଁ ଗୁଜରାଟର ବହୁତ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜି ୨୯ ଜଣଙ୍କ ମୃତ୍ୟୁ ହୋଇଛି। ଏହା ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ବନ୍ୟା ଯୋଗୁଁ ହୋଇଥିବା ବେଳେ ବାକି ୧୯ ଜଣଙ୍କ ମୃତ୍ୟୁ ବିଜୁଳି ଓ ଇଲେକ୍ଟ୍ରିକ୍‍ ସକ୍‍ ଯୋଗୁଁ ହୋଇଥିବା ଜଣାପଡ଼ିଛି। ଅଧିକ ବନ୍ୟା ପ୍ରଭାବିତ ଜିଲା ମଧ୍ୟରେ ନବସାରୀ, ବଲସାଡ଼, ଡ଼ାଙ୍ଗ୍‍, ଜୁନାଗଡ଼, ଗୀର ସୋମନାଥ, ଅମରେଲୀ, ଭାବନଗର ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ବର୍ଷା ଯୋଗୁଁ ରାଜ୍ୟର ୫ଟି ଜାତୀୟ ରାଜପଥ ଓ ୧୪୪ ଗ୍ରାମ୍ୟ ରାସ୍ତା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ତା’ସହ କିଛି ଏପରି ଗାଁ ରହିଛି ଯାହା ବାହ୍ୟ ପରିବେଶରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଜୁନାଗଡ଼, ରାଜକୋଟ୍‍, ନବସାରୀ, ବ୍ୟାରା, ସୁରତ, ମହିସାଗର, ପାଲନପୁର, ଅହମଦାବାଦ, ବଡ଼ୋଦ୍‍ରାରେ ଏନ୍‍ଡ଼ିଆର୍‍ଏଫ୍‍ର ଗୋଟିଏ ଗୋଟିଏ ଦଳ ମୁତୟନ କରାଯାଇଛି। ପ୍ରଶାସନର ଆକଳନ ଅନୁସାରେ ବର୍ତ୍ତମାନ ସୁଦ୍ଧା ଏନ୍‍ଡ଼ିଆର୍‍ଏଫ୍‍ ଦଳ ୨୫୨ ଲୋକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ବନ୍ୟା ପ୍ରପୀଡ଼ିତ ମାନଙ୍କ ଉଦ୍ଧାର ପାଇଁ ବର୍ତ୍ତମାନ ନିୟୋଜିତ ଥିବା ୧୫ ଏନ୍‍ଡ଼ିଆର୍‍ଏଫ୍‍ ଦଳ ସହିତ ଆହୁରି ୫ଟି ଦଳ ସାମିଲ କରାଯିବ। ବନ୍ୟାରୁ ରକ୍ଷା ପାଇଁ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲାଯାଇଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories