www.samajalive.in
Wednesday, December 10, 2025
16.1 C
Bhubaneswar

ଅନ୍‌ଲାଇନ୍‌ ପାଠପଢ଼ାରୁ ଅନ୍‌ଲାଇନ୍‌ ଖେଳ; ଶୌଚାଳୟରେ ଛାତ୍ରଙ୍କ ଆତ୍ମହତ୍ୟା

ଯୋଡ଼ା : ଲକ୍‍ ଡାଉନକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡିକ ସରକାର ବନ୍ଦ କରିବା ପରେ ଅନ୍‍ଲାଇନ ଶିକ୍ଷାଦାନ ବ୍ୟବସ୍ଥା ଏବେ କୋମଳମତି ଶିଶୁଙ୍କ ପାଇଁ କାଳ ସାଜିଛି। ଅନଲାଇନ ଖେଳରେ ବାପାମାଆଙ୍କ ଜମାଖାତାରୁ ପାଖାପାଖି ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ୮ମ ଶ୍ରେଣୀର ଜଣେ ଛାତ୍ର ବେକରେ ମା’ଙ୍କ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାରୁ ପ୍ରକାଶ ଯେ କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ର କମାରଯୋଡ଼ା ବସ୍ତି ଅଞ୍ଚଳର ବିନୋଦ ଆପଟ୍ଟଙ୍କ ପୁଅ ଅମିତାଂଶୁ ଆପଟ୍ଟ (୧୪) ଶୁକ୍ରବାର ସକାଳେ ଘରର ଶୌଚାଳୟରେ ମା’ଙ୍କ ଶାଢ଼ିକୁ ବେକରେ ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଅମିତାଂଶୁ ଯୋଡ଼ାର କୁନ୍ଦୁରୁନାଲାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ର। ଗତ ପରୀକ୍ଷାରେ ୯୨ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ। ଅନ୍‍ଲାଇନ ପାଠପଢ଼ା ଆରମ୍ଭ ହେବା ପରେ ତାଙ୍କ ବାପା ବିନୋଦ ୧୩ ହଜାର ଟଙ୍କା ଦେଇ ଏକ ନୂଆ ସ୍ମାର୍ଟ ଫୋନ ପାଠପଢ଼ା ପାଇଁ କିଣି ଦେଇଥିଲେ। ତେବେ ସେ ପାଠ ପଢ଼ିବା ସହିତ ଏହି ମୋବାଇଲ ଯୋଗେ ‘ଫ୍ରି ଫାୟାର’ ନାମକ ଅନ୍‍ଲାଇନ ଖେଳ ଖେଳି ସେଥିରେ ବାପାଙ୍କ ଷ୍ଟେଟ ବ୍ୟାଙ୍କ ଜମା ଖାତାରୁ ୧ ମାସ ତଳେ ୩୫ ହଜାର ଟଙ୍କା ଖର୍ଚ୍ଚ କରିଦେଇଥିଲେ। ବିନୋଦ ବ୍ୟାଙ୍କରେ ଏକଥା ପଚାରିବାରୁ ଏହା ଅନ୍‍ଲାଇନ ବ୍ୟବସ୍ଥାରେ ଏହି ଅର୍ଥ କଟିଥିବା ସେମାନେ ଜଣାଇଥିଲେ। ପରେ ଅମିତାଂଶୁ ମା’ଙ୍କ ଷ୍ଟେଟ ବ୍ୟାଙ୍କ ଜମା ଖାତାରୁ ୬୧ ହଜାର ଟଙ୍କାର ଏହି ଖେଳରେ ଖର୍ଚ୍ଚ କରିଦେଇଥିଲେ। ବିନୋଦ ଯେତେବେଳେ ସ୍ତ୍ରୀଙ୍କ ଏଟିଏମ୍‍ କାର୍ଡ ନେଇ ବ୍ୟାଙ୍କରୁ କିଛି ଟଙ୍କା ଉଠାଇବାକୁ ଗଲେ ସେତେବେଳେ ସେ ଜାଣିପାରିଲେ ଯେ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରେ ମଧ୍ୟ ଟଙ୍କା ନାହିଁ। ପରେ ସେ ବ୍ୟାଙ୍କରେ ପଚାରିବାରୁ ଫ୍ରି ଫାୟାର ଅନ୍‍ଲାଇନ ଖେଳରେ ଏହି ଟଙ୍କା ଖର୍ଚ୍ଚ ହୋଇଥିବା ଜାଣିବାକୁ ପାଇଥିଲେ। ଏଥିନେଇ ସେ ପୁଅ ଅମିତାଂଶୁକୁ ଗୁରୁବାର ପଚାରାଉଚରା କରିଥିଲେ। ଘଟଣାଟି ଜଣାପଡିଯିବା ପରେ ଶୁକ୍ରବାର ସକାଳୁ ଅମିତାଂଶୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା। ଅମିତାଂଶୁଙ୍କ ପିତା ବିନୋଦ ଜଣେ ଠିକାଦାର ଭାବେ କାର୍ଯ୍ୟ କରୁଥିବା ବେଳେ ମା’ ଅଙ୍ଗନବାଡ଼ିକର୍ମଚାରୀଭାବେ କାର୍ଯ୍ୟ କରନ୍ତି। ସୂଚନାଯୋଗ୍ୟ, ଏହି ଫ୍ରି ଫାୟାର ଅନାଲାଇନ ଖେଳରେ ବିଭିନ୍ନ ପ୍ରାନ୍ତରେ ଥିବା ସାଙ୍ଗମାନେ ଏକାଠି ଯୋଡି ହୋଇ ଖେଳିଥାନ୍ତି। ପରସ୍ପରକୁ ଗୁଳି ଫୁଟାଇ ମାରିବାକୁ ଚେଷ୍ଟା କରିଥାନ୍ତି। ଶେଷରେ ଯିଏ ଜୀବିତ ରୁହେ ଏହି ଖେଳର ସେ ବିଜେତା ହୋଇଥାଏ। ପ୍ରଥମେ ଏହି ଖେଳରେ ଯୋଗଦେବା ପାଇଁ ମାତ୍ର ୧୦ ଟଙ୍କା ଅନ୍‍ଲାଇନ ମାଧ୍ୟମରେ ଅର୍ଥ କମ୍ପାନୀକୁ ପୈଠ କରିବାକୁ ପଡିଥାଏ। ପରବର୍ତ୍ତୀ ସମୟରେ ଗୁଳି କିଣିବା ପାଇଁ ସମ୍ପୃକ୍ତ ଆକାଣ୍ଟରୁ ଆପେ ଆପେ ପର୍ଯ୍ୟାୟକ୍ରମେ ଟଙ୍କା କଟିଯାଇଥାଏ। ଏହି ଖେଳଟି ସମଗ୍ର ବିଶ୍ୱରେ ୨୦୧୯ରେ ସର୍ବାଧିକ ଡାଉନଲୋଡ ହୋଇଥିବା ଅନ୍‍ଲାଇନ ଖେଳ ଭାବେ ଗୁଗୁଲ ପ୍ଲେ ଷ୍ଟୋରରୁ ବେଷ୍ଟ ପପୁଲାର ଭିଡିଓ ଗେମ୍‍ ଭାବେ ପୁରସ୍କୃତ ହୋଇଅଛି। ଏହି ଖେଳର ନିଶାରେ ଅନେକ ଯୁବପୀଢି ଆକ୍ରାନ୍ତ ହୋଇ ପଡୁଥିବା ବେଳେ ଏହାକୁ ବ୍ୟାନ୍‌ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories