www.samajalive.in
Saturday, December 13, 2025
26.1 C
Bhubaneswar

ବିଦେଶୀ ବିମାନ ଉଡ଼ାଣର ଆକର୍ଷଣୀୟ ଅଫର୍

ମହାମାରୀର ପ୍ରକୋପ ଦେଖିବା ପରେ ଯାତ୍ରାପ୍ରିୟ ଲୋକ ମନ ମାରି ବସିଛନ୍ତି। ସମସ୍ତଙ୍କର ଗୋଟିଏ କଥା, ଟିକା ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କରିବା ହିଁ ବୁଦ୍ଧିମାନର ପରିଚୟ। ଏପରିସ୍ଥଳେ ବିମାନ କମ୍ପାନୀଗୁଡ଼ିକ ବର୍ତ୍ତମାନ ସମୟରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଭିନ୍ନ ପ୍ରକାର ଆକର୍ଷଣୀୟ ଅଫରମାନ ଘୋଷଣା କରିଛନ୍ତି। ଇଉରୋପର ଏକ ଶସ୍ତା ବିମାନ କମ୍ପାନୀ ଭାବେ ‘ୱିଜ୍ ଏୟାର୍’ର ଲୋକପ୍ରିୟତା ରହିଛି। ଗତ କିଛି ଦିନ ହେବ, ଏଇ କମ୍ପାନୀ ଗ୍ରାହକଙ୍କ ସଂଖ୍ୟା ବଢ଼ାଇବା ନିମନ୍ତେ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇବା ସତ୍ତ୍ବେ ସେଭଳି ଲାଭ ମିଳିନାହିଁ। ୱିଜ୍ ଏୟାର୍ ତରଫରୁ ଘୋଷଣା କରାଯାଇଛି, ଏହାର ପ୍ରତ୍ୟେକ ବିମାନ ଟିକେଟ୍‌ରେ ୫୦% ହ୍ରାସ ହୋଇଛି।
– ଏହା ସହ ଯଦି ଗ୍ରାହକ ବିମାନ ତାରିଖ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସେମାନଙ୍କୁ ଅଧିକ ଦେୟ ଦେବାକୁ ପଡ଼ିବନାହିଁ। ସମାନ ପାଉଣାରେ ସେମାନେ ଯାତ୍ରାର ତାରିଖକୁ ପରିବର୍ତ୍ତନ କରିପାରିବେ।
– ବିମାନ ଯାତ୍ରାର ୩ ଘଣ୍ଟା ପୂର୍ବରୁ ଯାତ୍ରୀ ବାତିଲ କରାଇଲେ, ସମସ୍ତ ଟଙ୍କା ୨ଦିନ ମଧ୍ୟରେ ଫେରିପାଇବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
– ଏହା ସହ ଯାତ୍ରା ସମୟରେ ଯାତ୍ରୀଙ୍କୁ ଭୋଜନ, ପାନୀୟରେ ମଧ୍ୟ ରିଆତି ମିଳିବ। କର୍ତ୍ତୃପକ୍ଷଙ୍କ କହିବାନୁସାରେ, ମହାମାରୀ ସମୟରେ ଯାତ୍ରୀ ସଂଖ୍ୟା ବଢ଼ାଇବା ନିମନ୍ତେ ସେମାନେ ଏଭଳି ଅଫର୍‌ମାନ ଘୋଷଣା କରିଛନ୍ତି।
– ଘୋଷଣା ହେବାର ୨ଦିନ ପରେ ମଧ୍ୟ ସେଭଳି ସଂଖ୍ୟାରେ ଗ୍ରାହକ ଟିକେଟ୍ ବୁକିଂ କରୁନାହାନ୍ତି ବୋଲି କମ୍ପାନୀ ତରଫରୁ ସ୍ପଷ୍ଟ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories