www.samajalive.in
Thursday, December 11, 2025
18.1 C
Bhubaneswar

ରାଇଡୁ, ବ୍ରାଭୋ ସୁସ୍ଥ : ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଧୋନି

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୧୪ତମ ମ୍ୟାଚ ଶୁକ୍ରବାର ଦୁବାଇରେ ଚେନ୍ନଇ ସୁପରକିଙ୍ଗସ୍‌ ଓ ସନରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯିବ। ଉଭୟ ଦଳ ପାଇଁ ଏହା ହେବ ଚତୁର୍ଥ ମ୍ୟାଚ।
ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗସ୍‌ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୨ ପଏଣ୍ଟ ପାଇଛି। ଦଳ ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିବାବେଳେ ରାଜସ୍ଥାନ ରାୟଲ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ପରାଜୟ ବରଣ କରିଛି। ବ୍ୟାଟିଂ ବିଭାଗରେ ଦକ୍ଷିଣଆଫ୍ରିକା ଖେଳାଳି ଫ୍ଲାଫ ଡୁପ୍ଲେସିଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସଫଳ ହୋଇନାହାନ୍ତି। ଡୁପ୍ଲେସି ୩ଟି ମ୍ୟାଚରୁ ୧୭୩ରନ କରିଥିବାବେଳେ ଦୁଇ ଓପନର ସେନ୍ ୱାଟ୍‌ସନ ୫୧ ଓ ମୁରଲୀ ବିଜୟ ୩୨ରନ କରିଛନ୍ତି। ଧୋନି ୪୪, ରବୀନ୍ଦ୍ର ଜାଡେଜା ୨୩ରନ କରିଛନ୍ତି। ପ୍ରଥମ ମ୍ୟାଚରେ ୭୧ରନ କରିଥିବା ଅମ୍ବାତି ରାଇଡୁ ଆହତ ହୋଇ ଦୁଇ ମ୍ୟାଚରୁ ବାଦ୍‌ ପଡ଼ିଥିଲେ। ତାଙ୍କ ସ୍ଥାନ ନେଇଥିବା ଋତୁରାଜ ଗାଏକ୍‌ୱାଡ ବିଫଳ ହୋଇଛନ୍ତି। ରାଇଡୁ ଶୁକ୍ରବାର ମ୍ୟାଚ ଖେଳିବେ। ସେହିପରି ଅସୁସ୍ଥ ପାଇଁ ମ୍ୟାଚ ଖେଳିପାରିନଥିବା ଡାରେନ୍ ବ୍ରାଭୋ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ନେଇ ଦଳର ସିଇଓ କେ.ଏସ୍‌ ବିଶ୍ବନାଥନ କହିଛନ୍ତି। ବୋଲିଂରେ ଦୀପକ ଚହର, ସାମ୍‌ କରନ୍‌, ହାଜେଲଉଡ୍‌, ପିୟୁଷ ଚାୱାଲା ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି। ସେହିପରି ସନ୍‌ରାଇଜର୍ସ ହାଇଦ୍ରାବାଦ୍ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୨ ପଏଣ୍ଟ ପାଇଛି। ଦଳ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ପରାଜିତ ହେବା ପରେ ତୃତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ପରାସ୍ତ କରିଛି। ଜନି ବେୟାରଷ୍ଟଙ୍କୁ ବାଦ୍‌ ଦେଲେ ଅନ୍ୟ କେହି ସେଭଳି ଭଲ ପ୍ରଦର୍ଶନ କରିପାରିନାହାନ୍ତି। ବେୟାରଷ୍ଟ ୧୧୯ରନ, ମନୀଷ ପାଣ୍ଡେ ୮୮, ଡେଭିଡ୍‌ ୱାର୍ଣ୍ଣର ୮୭ ରନ କରିଛନ୍ତି। ଦିଲ୍ଲୀ କ୍ୟାପିଟାଲସ୍‌ ବିପକ୍ଷ ମ୍ୟାଚ ଖେଳିଥିବା କେନ୍ ୱିଲିୟମସନ ୪୧ରନ କରିବା ସହିତ ଫର୍ମର ପରିଚୟ ଦେଇଛନ୍ତି। ବୋଲିଂରେ ରସିଦ୍‌ ଖାନଙ୍କ ବାଦ୍‌ ଅନ୍ୟ କେହି ପ୍ରଭାବୀ ପ୍ରଦର୍ଶନ କରିପାରିନାହାନ୍ତି। ଖଲିଲ୍‌ ଅହମ୍ମଦ ଓ ଭୁବନେଶ୍ବର କୁମାର ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଉଭୟ ଦଳର ବ୍ୟାଟିଂ ଶକ୍ତିଶାଳୀ ଥିଲେ ମଧ୍ୟ ବୋଲିଂକୁ ନେଇ ଚିନ୍ତା ସୃଷ୍ଟି ହୋଇଛି।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories