www.samajalive.in
Wednesday, December 10, 2025
14.1 C
Bhubaneswar

ଯୁକ୍ତ ୩ ନାମଲେଖା ଅବଧି ଅକ୍ଟୋବର ୬ ଯାଏଁ ବୃଦ୍ଧି

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଯୁକ୍ତ ୩ ନାମଲେଖା ଅବଧି ଚଳିତ ମାସ ୬ ତାରିଖ ଯାଏଁ ବୃଦ୍ଧି କରିଛନ୍ତି। ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୨ ତାରିଖ ଥିଲା ନାମଲେଖାର ଶେଷ ତାରିଖ। ରାଜ୍ୟରେ ଥିବା ଯୁକ୍ତ ୩ କଳା, ବିଜ୍ଞାନ, ବାଣିଜ୍ୟ ଓ ଶାସ୍ତ୍ରୀ (ସଂସ୍କୃତ) ଶ୍ରେଣୀରେ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୨୮ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ତାଲିକା ପ୍ରକାଶ ପରେ ଏଥିପାଇଁ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ନାମଲେଖା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଗତ ବର୍ଷ ଠାରୁ ଯୁକ୍ତ ୩ ଶ୍ରେଣୀରେ ନାମ ଲେଖା ପାଇଁ ଅନଲାଇନ ମାଧ୍ୟମରେ ଆଡ଼ମିସନ ଦେୟ ଦାଖଲ କରିବା ନିୟମ ଥିବା ବେଳେ ଚଳିତ ବର୍ଷ ମଧ୍ୟ ସେହି ବ୍ୟବସ୍ଥା ଲାଗୁ କରାଯାଇଛି।

ତେବେ ଏଥିପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଇ-ପେ ଓ ୟୁକୋ ବ୍ୟାଙ୍କ ମାଧ୍ୟମରେ ଅନଲାଇନରେ ଆଡ଼ମିସନ ଦେୟ ଦାଖଲ କରିବା ପାଇଁ ବ୍ୟବସ୍ଥା ଥିବା ବେଳେ ଏହି ଅନଲାଇନ ବ୍ୟବସ୍ଥା ସଠିକ ଭାବେ କାର୍ଯ୍ୟ କରୁନଥିବାରୁ ଆଜି ସୁଦ୍ଧା ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ଅର୍ଥ ପୈଠ କରି ମଧ୍ୟ ବିଭିନ୍ନ କାରଣ ଯୋଗୁ ଇଣ୍ଟିମେସନ ପାଇନଥିବାରୁ ଆଡ଼ମିସନ କରିପାରି ନାହାନ୍ତି। କେତେବେଳେ ‘ଟ୍ରାଞ୍ଜାକ୍ସନ ପେଣ୍ଡିଙ୍ଗ’ ଓ କେତେବେଳେ ‘ଫେଲଡ଼ ଟ୍ରାଞ୍ଜାକ୍ସନ’, ଆଜି କିନ୍ତୁ ଅତ୍ୟଧିକ ଅସୁବିଧା ଯୋଗୁ ଛାତ୍ରଛାତ୍ରୀମାନେ ଆଦୌ ଦେୟ ଦାଖଲ କରିପାରି ନାହାନ୍ତି।

- Advertisement -

ବର୍ଦ୍ଧିତ ସମୟ ସାରଣୀ ଅନୁଯାୟୀ ପ୍ରଥମ ପର୍ଯ୍ୟାୟ ନାମଲେଖା ଅକ୍ଟୋବର ୬ ଯାଏଁ ବୃଦ୍ଧି କରାଯାଇ ଥିବା ବେଳେ ୭ ତାରିଖ ସୁଦ୍ଧା ଅପଡେସନ ଓ ସ୍ଲାଇଡ ଅପ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ସେହିପରି ଦ୍ଵିତୀୟ ମେଧା ତାଲିକା ଅକ୍ଟୋବର ୧୩ରେ ପ୍ରକାଶ ପାଇବ ଓ ୧୩ରୁ ୧୬ ମଧ୍ୟରେ ଅନଲାଇନ ମାଧ୍ୟମରେ ଆଡ଼ମିସନ ଫି ଦାଖଲ ଏବଂ ୧୩ରୁ ୧୭ ମଧ୍ୟରେ ଆଡ଼ମିସନ ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories