www.samajalive.in
Wednesday, December 10, 2025
14.1 C
Bhubaneswar

ରାଜ୍ୟରେ ୩ ହଜାର ୬୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଗତ ସପ୍ତାହରୁ ରାଜ୍ୟରେ ପ୍ରତିଦିନ ୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ କିଛି ଦିନ ହେବ ଏହା ହ୍ରାସ ପାଉଥିବା ଦେଖାଦେଇଛି। ୨୪ ଘଣ୍ଟାରେ ୩ ହଜାର ୬୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୧୧୮ ଓ ୧ ହଜାର ୪୯୭ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୨,୭୩୪ରେ ପହଞ୍ଚିଛି। ୧,୮୫,୭୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୬,୧୨୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

- Advertisement -


ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଓ କଟକରୁ ୩୭୧। ଅନୁଗୁଳରୁ ୧୮୮, ବାଲେଶ୍ୱର ୯୬, ବରଗଡ଼ ୮୬, ଭଦ୍ରକ ୬୧, ବଲାଙ୍ଗୀର ୮୧, ବୌଦ୍ଧ ୨୦, ଦେଓଗଡ଼ ୧୨, ଢେଙ୍କାନାଳ ୬୦, ଗଜପତି ୨୯, ଗଞ୍ଜାମ ୪୨, ଜଗତସିଂହପୁର ୮୩, ଯାଜପୁର ୧୪୪, ଝାରସୁଗୁଡ଼ା ୧୦୬, କଳାହାଣ୍ଡି ୧୦୬, କନ୍ଧମାଳ ୫୯, କେନ୍ଦ୍ରାପଡ଼ା ୧୧୯, କେନ୍ଦୁଝର ୧୦୯, କୋରାପୁଟ ୪୭, ମାଲକାନଗିରି ୧୨୩, ମୟୁରଭଞ୍ଜ ୧୨୩, ନବରଙ୍ଗପୁର ୫୭, ନୟାଗଡ଼ ୬୪, ନୂଆପଡ଼ା ୬୬, ପୁରୀ ୧୯୭, ରାୟଗଡ଼ା ୩୯, ସମ୍ବଲପୁର ୭୩, ସୋନପୁର ୭୦, ସୁନ୍ଦରଗଡ଼ ୭୩, ଷ୍ଟେଟ ପୁଲ ୨୪୦ ଚିହ୍ନଟ ହୋଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories