www.samajalive.in
Wednesday, December 10, 2025
14.1 C
Bhubaneswar

ହାଥରସ୍‌ ପରେ ବଳରାମପୁରରେ ଆଉ ଜଣେ ଗଣଦୁଷ୍କର୍ମ ପୀଡିତା ଛାତ୍ରୀଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ସ୍ଥିତି ରହିଥିବା ବେଳେ ବଳରାମପୁରରୁ ଆଉ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । କଲେଜରେ ଆଡମିଶନ ପାଇଁ ଯାଇଥିବା ଜଣେ ଜଣେ ୨୨ ବର୍ଷିୟ ଯୁବତୀଙ୍କୁ ଅପହରଣ କରିନେଇ ଗଣଦୁଷ୍କର୍ମ କରାଯାଇଛି । ପୀଡ଼ିତା ଯୁବତୀଙ୍କୁ ସଙ୍କଟାପନ୍ନ ଅବସ୍ଥା ମେଡିକାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନାଅନୁସାରେ ମଙ୍ଗଳବାର ଦିନ ବଳରାମପୁର ଜିଲା କୋତାବାଲି ତହସିଲ ଅନ୍ତର୍ଗତ ଗୌସେଡି ଗାଁ ଜଣେ ୨୨ ବର୍ଷିୟ ଯୁବତୀ କଲେଜରେ ଆଡମିଶନ ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କୁ ଅଭିଯୁକ୍ତମାନେ ଅପହରଣ କରିନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ । କଲେଜରେ ଆଡମିଶନ ପାଇଁ ଯାଇଥିବା ଝିଅ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘର ଲୋକ ତାଙ୍କୁ ଫୋନ୍ କରିଥିଲେ ମାତ୍ର ତାଙ୍କ ଫୋନ୍ ସୁଇଚଅଫ୍ ଥିଲା । ଏହାପରେ ପରିବାର ଲୋକ ଝିଅକୁ ଖୋଜା ଖୋଜି କରିବା ଆରମ୍ଭ କରିଥିଲେ । କିନ୍ତୁ ପ୍ରାୟ ସନ୍ଧ୍ୟା ୭ଟା ସମୟରେ ଜଣେ ରିକ୍ସା ଚାଳକ ତାଙ୍କ ଝିଅକୁ ବେହୋସ ଅବସ୍ଥାରେ ଆଣିଥିଲେ । ସେତେବେଳେ ତାଙ୍କ ଝିଅର ଅବସ୍ଥା ସଙ୍କଟାପନ୍ନ ରହିଥିଲା । ସେହି ସମୟରେ ସେ କିଛି କହି ପାରୁନଥିଲେ । ଝିଅର ସଙ୍କଟାପନ୍ନ ଅବସ୍ଥା ଦେଖି ପରିବାର ଲୋକ ଝିଅକୁ ସ୍ଥାନୀୟ ଏକ ମେଡିକାଲ ନେଇଥିଲେ।  ମାତ୍ର ସେଠାରେ ଡାକ୍ତର ତାଙ୍କର ସଙ୍କଟାପନ୍ନ ଅବସ୍ଥା ଦେଖି ଲକ୍ଷ୍ନୌ ନେବା ପାଇଁ କହିଥିଲେ । ପରିବାରଲୋକଙ୍କ ଝିଅକୁ ଅନ୍ୟ ମେଡିକାଲକୁ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories