ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ନେଇ ସାଧାରଣରେ ଡର ବଢୁଥିବାବେଳେ କେବେ ଟିକା ଆସିବ ସେଥିପାଇଁ ସବୁ ମହଲରେ ଉତ୍ସୁକତା ବଢିଛି। ଏଭଳି ସ୍ଥିତିରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ପକ୍ଷରୁ ଭାରତ ଓ ଅନ୍ୟ ସ୍ବଳ୍ପ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଙ୍କ ଲାଗି ୨୦୨୧ ଆରମ୍ଭରୁ ଅତିରିକ୍ତ ୧୦ କୋଟି ଟିକା ପ୍ରସ୍ତୁତ କରିବ ବୋଲି ସୂଚନା ଦେଇଛି। ଗାଭି ଭ୍ୟାକ୍ସିନ୍ ଆଲେୟାନ୍ସ ଓ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ର ମିଳିତ ପ୍ରଚେଷ୍ଟାରେ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଏହି ଟିକା ପ୍ରସ୍ତୁତ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେରମ୍ ଏକାକୀ ୧୦ କୋଟି ଟିକା ପ୍ରସ୍ତୁତ କରିବାକୁ ଅଗଷ୍ଟରେ ଘୋଷଣା କରିଥିବାବେଳେ ଏବେ ଆଉ ଅତିରିକ୍ତ ୧୦ କୋଟି ଟିକା ଉପରୋକ୍ତ ସଂସ୍ଥାର ସହଯୋଗରେ କରିବ ବୋଲି କୁହାଯାଇଛି। ସେରମ୍ କୋଭିଡ୍-୧୯ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷା ଚଳାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଅନ୍ୟାନ୍ୟ ନିୟାମକ ସଂସ୍ଥାଠାରୁ ଅନୁମତି ପାଇବା ପରେ ଏହାକୁ କମ୍ପାନୀ ୨୦୨୧ ପ୍ରଥମ ଭାଗରେ ପ୍ରସ୍ତୁତ କରିବ।
Popular Categories



