www.samajalive.in
Sunday, December 7, 2025
26.1 C
Bhubaneswar

କୋରାନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ ତାରିଣୀ ପ୍ରସାଦ

ଫୁଲବାଣୀ : ରାଜ୍ୟରେ କରୋନା ଯୁଦ୍ଧରେ ହାରିଗଲେ ପୁଣିଜଣେ ସାମ୍ବାଦିକ ତାରିଣୀ ପ୍ରସାଦ ପାଢୀ। ଆଜି ସକାଳ ୭ ଘଟିକା ସମୟରେ ଭୁବନଶ୍ୱେର କିମସ କୋଭିଡ କେୟାର ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ଘଟିଛି। ଏନେଇ ମେଡ଼ିକାଲ୍ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ଏହି ଖବର ପାଇବା ପରେ ତାଙ୍କ ପରିବାର ଓ ଗଣମାଧ୍ୟମ ପ୍ରତିନିଧି ଓ ସମଗ୍ର ଜିଲାରେ ଶୋକର ଛାୟା ଖେଳିଯାଇଛି। ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ପ୍ରଥମେ ହୋଇଥିବା କରୋନା ପରୀକ୍ଷାରେ ସେ ନେଗେଟିଭ୍ ଥିଲେ ପରବର୍ତ୍ତି ସମୟରେ ତାଙ୍କର ଜ୍ୱର , କାଶ ଭଳି ବିଭିନ୍ନ ଅସୁସ୍ଥତା ଦେଖାଯାଇଥିଲା। ହୋମ୍ ଆଇସୋଲେସନରେ ରହି ସେ ଔଷଧ ଖାଉଥିଲେ ମଧ୍ୟ ୨୪ ତାରିଖରେ ସେ ସେ ଗରୁତ୍ୱର ହୋଇ ପଡିବାରୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କ ସହାୟତରେ ତାଙ୍କୁ ଫୁଲବାଣୀ କୋଭିଡ଼୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପୁନଃ ପରୀକ୍ଷା ପରେ ସେ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଥିଲେ।। ଏଠାରେ ଚିକିତ୍ସିତ ପରେ ସେ କିଛିଟା ସୁସ୍ଥ ଅନୁଭବ କରିଥିଲେ ମଧ୍ୟ ସୋମବାର ସକାଳୁ ସକାଳୁ ସେ ଗୁରୁତ୍ୱର ହୋଇପଡିଥିଲେ। ତାଙ୍କର ଅଧିକ ଚିକିତ୍ସାର ଆବଶ୍ୟକ ହେବାରୁ ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ୨୮ ତାରିଖରେ ଭୁବନେଶ୍ୱର କିମ୍ସ ହସପିଟାଲକୁ ନିଆଯାଇ ସେଠାରେ ଚିକିତ୍ସା କରାଯାଇଥିବା କୁହାଯାଇଥିଲେ ମଧ୍ୟ ଆଜି ସକାଳେ ତାଙ୍କର ଦେହାନ୍ତ ଘଟିଛି। ସ୍ୱର୍ଗତ ପାଢୀଙ୍କ ନିଜ ଘର ନବରଙ୍ଗପୁର ଅଞ୍ଚଳରେ। ଶ୍ରୀ ପାଢୀ ଗତ ପ୍ରାୟ ଦେଢ ବର୍ଷ ହେଲା କନ୍ଧମାଳ ଜିଲ୍ଲାରେ ପ୍ରମେୟର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ କରି ଆସୁଥିଲେ। ସେ ପେଷାରେ ଜଣେ ସାମ୍ବାଦିକ ହୋଇଥିଲେ ହେଁ କବିତା, ସଙ୍ଗୀତ ଓ ଚିତ୍ର ଆଦି କଳାରେ ରୁଚି ରଖିଥିଲେ । ସେ ଜଣେ ମେଳାପି, ମିଷ୍ଟଭାଷୀ ଓ ସମାଜସେବୀ ବ୍ୟକ୍ତି ଭାବରେ ସୁପରିଚିତ ହୋଇ ପାରିଥିଲେ।। ପରିବାରରେ ବର୍ତ୍ତମାନ ସ୍ତ୍ରୀ ସହିତ ଦୁଇ ଝିଅ ଅଛନ୍ତି। ପୂର୍ବରୁ ପରିବାର ବାଲେଶ୍ୱରରେ ରହୁଥିଲେ ମଧ୍ୟ ଲକ୍ଡ଼ାଉନ୍ ଯୋଗୁଁ ସମସ୍ତ ପରିବାର ଫୁଲବାଣୀରେ ଭଡ଼ାଘରେ ରହୁଥିଲେ। ଆଜି ଫୁଲବାଣୀ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗରେ ଶୋକସନ୍ତପ୍ତ ପରିବାରକୁ ତାଙ୍କର ଜନ୍ମମାଟି ନବରଙ୍ଗପୁରକୁ ପଠାଇ ଦିଆଯିବା ସହିତ ତୁରନ୍ତ ରାଜ୍ୟ ସରକାରଙ୍କ ଘୋଷଣା ପ୍ରକାରେ କରୋନା ଯୋଦ୍ଧାଭାବେ କ୍ଷତିପୂରଣ ଦେବାକୁ ସାମ୍ବାଦିକ ମହଲରେ ଦାବି ହୋଇଛି। ଖବର ପରେ ଫୁଲବାଣୀ ପ୍ରେସ୍ କ୍ଳବର ସମସ୍ତ ସଦସ୍ୟଙ୍କ ସମେତ ସମଗ୍ର ସାମ୍ବାଦିକ ମହଲରେ ଶୋକରଛାୟା ଖେଳି ଯାଇଛି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories