କାଶୀପୁର: ଲାଞ୍ଚ ନେଉଥିବା ସମୟରେ ରାୟଗଡା ଜିଲା କାଶୀପୁର ବ୍ଲକ କାର୍ଯ୍ୟାଳୟର ଉନ୍ନୟନ ବିଭାଗର କିରାଣି ପ୍ରକାଶ କୁମାର ସାହୁମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ବିଧାୟକ ପାଣ୍ଠିରୁ ଡଙ୍ଗାସିଲ ଗ୍ରାମ ଠାରେ ବିଶ୍ରାମ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରେରଣ କରିବା ନିମନ୍ତେ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରି ମାନେ ତାକୁ କାବୁ କରିଥିଲେ।
ଭିଜିଲାନ୍ସ ଅଧିକାରିଙ୍କ ସୂଚନା ଅନୁଯାୟୀ, ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ଡଙ୍ଗାସିଲ ଗ୍ରାମପଞ୍ଚାୟତର ବିଳାଶ ନାଏକ ପଞ୍ଚାୟତସମିତି କାର୍ଯ୍ୟାଳୟକୁ କାର୍ଯ୍ୟାଦେଶ ଆଣିବା ପାଇଁ ଯାଇଥିଲେ। ସେଠାରେ ପଞ୍ଚାୟତସମିତିର ଉନ୍ନୟନ ବିଭାଗର କିରାଣି ପ୍ରକାଶ କୁମାର ସାହୁ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ସମୟରେ ରାୟଗଡା ଏବଂ ଭବାନିପାଟଣା ଭିଜଲାନ୍ସ ବିଭାଗର ମିଳିତ ଚଢାଉରେ ବିଭାଗିୟ ଅଧିକାରିମାନେ ତାଙ୍କୁ କାବୁ କରିଥିଲେ। ପ୍ରକାଶ ଲାଞ୍ଚ ମାଗିଥିବା ନେଇ ବିଳାଶ ପୂର୍ବରୁ ଭିଜିଲାନ୍ସ ନିକଟରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଏକ ମାମଲା ରୁଜୁ କରାଯାଇଥିଲା। ଏହି ମାମଲାକୁ ଆଧାର କରି ଆଜି ପୂର୍ବ ଯୋଜନା ଅନୁସାରେ କାଳି ବୁଡା ଟଙ୍କା ନାଏକ ,ପ୍ରକାଶଙ୍କୁ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ମିଳିତ ଭିଜିଲାନ୍ସ ଟିମର ଅଧିକାରି ମାନେ ଧରିଥିଲେ। ପରେ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଥିଲା। ଏହାପରେ ଅଧିକ ଖୋଳତାଡ ପାଇଁ ରାୟଗଡା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ଭବାନିପାଟଣା ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି।ଏହି ଚଢାଉ ସମୟରେ ଭବାନିପାଟଣା ଡିଏସପିଙ୍କ ସହ ରାୟଗଡା ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକ ଏବଂ ଭିଜଲାନସ୍ ଟିମ ଉପସ୍ଥିତଥିଲେ।



