www.samajalive.in
Friday, December 12, 2025
15.1 C
Bhubaneswar

କୁମୁଦିନି ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ଶିକ୍ଷା ପ୍ରତିଷ୍ଠାନକୁ ପରିବର୍ତ୍ତନ ନକରିବାକୁ ପ୍ରସ୍ତାବ

ବୋଲଗଡ : ବୋଲଗଡଶିକ୍ଷା ବ୍ଲକ ଅନ୍ତର୍ଗତ ବାଙ୍କୋଇସ୍ଥିତ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ଶିକ୍ଷା ପ୍ରତିଷ୍ଠାନ ଘରୋଇ ଭାବେ ବହୁବର୍ଷ ଧରି ଚାଲିଥିଲା। ଏହାର ପ୍ରାଣପ୍ରତିଷ୍ଠାତା ଶିକ୍ଷାବିତ୍ କାଳୀଚରଣ ଜୟସିଂହ ଓ ସମ୍ପାଦିକା  ଥିଲେ କୁମୁଦିନି ଜୟସିଂହ। ଏହି ଘରୋଇ ଶିକ୍ଷାନୁଷ୍ଠାନଟି ରାଜ୍ୟସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ୧୯୯୭ ମସିହାରେ  ନିଜ ଅଧିନକୁ  ନେଇ ଏସ.ସି.ଇ.ଆର.ଟି  ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳନା କରିଥିଲେ। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ଶିକ୍ଷା ପ୍ରତିଷ୍ଠାନର ନାମକୁ  ପରିବର୍ତ୍ତନ କରି କେବଳ ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ପ୍ରତିଷ୍ଠାନ ରଖିଲେ। ଫଳରେ ପୂର୍ବତନ ସମ୍ପାଦିକା କୁମୁଦିନି ଜୟସିଂହ ଏହା ବିରୁଦ୍ଧରେ ରାଜ୍ୟ ଉଚ୍ଚନ୍ୟାୟାଳୟରେ ଅପିଲ କଲେ ଏବଂ ବିଜୟୀ ହେଲେ। କିନ୍ତୁ ଏହି ଆଦେଶକୁ ରାଜ୍ୟ ସରକାର ମାନ୍ୟବର ସୁପ୍ରିମକୋର୍ଟରେ  ଅପିଲ କରିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ହାଇକୋର୍ଟଙ୍କ ରାୟକୁ କାଏମ ରଖି ଚିଠି ନଂ ୨୦୦୪/ ତା ୧୪.୦୩.୨୦୧୫ମସିହାରେ ଜାରି କରି ଥିଲେ। ଖୋର୍ଦ୍ଧା ଜିଲ୍ଲା ପରିଷଦ ତାଙ୍କ ଚିଠି ନଂ ୪୬୫/୨୪.୦୯.୨୦୦୭ରେ ଓ ରାଜ୍ୟ  ଆଇନ ବିଭାଗ ତା ୨୫.୦୫.୨୦୦୬ ମସିହାରେ  ଏହି ଶିକ୍ଷା ପ୍ରତିଷ୍ଠାନର ନାମକୁ କୁମୁଦିନି ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ଶିକ୍ଷା ପ୍ରତିଷ୍ଠାନ ରଖିବାକୁ ଗଣଶିକ୍ଷା ବିଭାଗକୁ ଚିଠିରେ ଲେଖିଥିଲେ। କିନ୍ତୁ ସରକାରୀ ଅମଲାଙ୍କ ଫାଇଲ ତଳେ ଚାପି ହୋଇ ଯାଇଥିବା ଚିଠି ଗୁଡିକ ଯେମିତି ଧୂଳି ଖାଇ ଆଦେଶ କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟୁଛି ସେଥିପାଇଁ ବୋଲଗଡ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ଏବଂ ସରକାରୀ ନିର୍ଦ୍ଦେଶନାମା ଏବଂ ମାନ୍ୟବର କୋର୍ଟଙ୍କ ଆଦେଶକୁ ଯଥାଶିଘ୍ର କାର୍ଯ୍ୟକାରୀ କରି କୁମୁଦିନି ପାଞ୍ଚଗଡ ଅନଙ୍ଗ ନରେନ୍ଦ୍ର ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନ ରଖିବାକୁ ସାଧାରଣରେ ଦାବି ଜୋର ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories