www.samajalive.in
Saturday, December 13, 2025
26.1 C
Bhubaneswar

‘ଇତ୍‌ନି ଶକ୍ତି ହମେଁ ଦେନା ଦାତା…’ର ଗୀତିକାର ଅଭିଳାଷଙ୍କ ପରଲୋକ

ମୁମ୍ବଇ : ଲୋକପ୍ରିୟ ଗୀତ ‘ଇତ୍‌ନି ଶକ୍ତି ହମେଁ ଦେନା ଦାତା…’ ଲେଖିଥିବା ଗୀତିକାର ତଥା ଲେଖକ ଅଭିଳାଷଙ୍କର ରବିବାର ଦିନ ମୁମ୍ବଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଦୁଇ ଦିନ ପୂର୍ବରୁ ଅଭିଳାଷ ଲିଭର କ୍ୟାନସରରେ ପୀଡିତ ଥିବା ଜଣାପଡିଥିଲା । ଚଳିତ ବର୍ଷ ମାର୍ଚ୍ଚ ମାସରେ ତାଙ୍କର ଏକ ଅପରେସନ ହୋଇଥିଲା । ଅପରେସନ୍ ପରେ ତାଙ୍କୁ ଚଲାବୁଲା କରିବାରେ ସମସ୍ୟା ହେଉଥିଲା । ଅଭିଳାଷ ମୁମ୍ବଇ ଗୋରେଗାଁ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଅଭିଳାଷ ୧୩ ମାର୍ଚ୍ଚ ୧୯୪୬ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଥିଲା ଓମପ୍ରକାଶ।ଅଭିଳାଷଙ୍କ ପିତାଙ୍କର ଦିଲ୍ଲୀରେ ବ୍ୟବସାୟ ଥିଲା। ଅଭିଳାଷଙ୍କ ପିତା ଚାହୁଁଥିଲେ ଯେ ତାଙ୍କ ପୁଅ ତାଙ୍କୁ ବ୍ୟବସାୟରେ ସାହାଯ୍ୟ କରନ୍ତୁ କିନ୍ତୁ ଏହା ହୋଇନଥିଲା। ସ୍କୁଲ ଦିନରୁ ଅଭିଳାଷଙ୍କର ଲେଖା ଲେଖିରେ ଅଧିକ ଆଗ୍ରହ ଥିଲା। ମାତ୍ର ୧୨ ବର୍ଷ ବୟସରେ ସେ କବିତା ଲେଖିବା ଆରମ୍ଭ କରିଥିଲେ। ୧୯୮୫ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ଅଙ୍କୁଶ”ର ଲୋପ୍ରିୟ ଗୀତ ‘ଇତ୍‌ନି ଶକ୍ତି ହମେଁ ଦେନା ଦାତା’ ଲେଖିଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories