www.samajalive.in
Thursday, December 11, 2025
14.1 C
Bhubaneswar

ବିରାଟ କଇଁଛ ଉଦ୍ଧାର: ଲମ୍ବ ପ୍ରାୟ ୨ ଫୁଟ, ଓଜନ ପ୍ରାୟ ୩୫କେ.ଜି.

ଭଦ୍ରକ: ଘର ଭିତରୁ ଉଦ୍ଧାର ହେଲା ବିରାଟ କଇଁଛ। ଉଦ୍ଧାର ହୋଇଥିବା କଇଁଛଟି ପ୍ରାୟ ୨ ଫୁଟ ଲମ୍ବ ହେବ। ଏହାର ଓଜନ ୨୫-୩୫ କିଲୋଗ୍ରାମ ହେବ। ଏହା ସାମୁଦ୍ରିକ କଇଁଛ ହୋଇଥିବା ବନ ବିଭାଗ ସୂଚନା ଦେଇଛି।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଗ୍ରାମର ହରି ଚରଣ ବାରିକଙ୍କ ଘର ଭିତରୁ ଏହି କଇଁଛଟି ଉଦ୍ଧାର ହୋଇଛି। ଘର ଭିତରେ କଇଁଛଟି ଥିବା ବେଳେ ଏତେ ବଡ଼ କଇଁଛଟିକୁ ଘର ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଏହି ବିରଳ କଇଁଛଟିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିଥିଲା। ଏତେ ବଡ଼ କଇଁଛ ଲୋକମାନେ ଆଗରୁ କେବେ ଦେଖି ନଥିଲେ । ଏହାକୁ ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର କୌତୁହଳ ଦେଖିବାକୁ ମିଳିଥିଲା। ଏହି ବିରଳ କଇଁଛଟି ନଦୀର ବନ୍ୟା ଜଳରେ ଭାସି ଆସିଥିବା ଅନୁମାନ କରାଯାଉଛି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories