www.samajalive.in
Saturday, December 6, 2025
26.1 C
Bhubaneswar

ଡିସେମ୍ବର ସୁଦ୍ଧା କାର୍ଯ୍ୟକାରୀ ହେବ ୪ ଶ୍ରମ ସଂହିତା

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ସୁଦ୍ଧା ଦେଶରେ ଚାରୋଟି ଯାକ ଶ୍ରମ ସଂହିତାକୁ କାର୍ଯ୍ୟକାରୀ କରାଯିବ ​ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି। ସୂଚନାଯୋଗ୍ୟ ନିକଟରେ କେନ୍ଦ୍ର ସରକାର ଏହି ସମସ୍ତ ଶ୍ରମ ସଂହିତା ବିଧେୟକକୁ ସଂସଦରେ ମଞ୍ଜୁରି ପ୍ରଦାନ କରିଥିଲେ। ଏହି ଚାରି ଶ୍ରମ ସଂହିତା ହେଉଛି ଶିଳ୍ପ ସମ୍ପର୍କ ସଂହିତା, ସାମାଜିକ ନିରାପତ୍ତା ସଂହିତା, ବୃତ୍ତିଗତ ସୁରକ୍ଷା ସଂହିତା ଏବଂ ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି ସଂହିତା। ବେତନ ସଂହିତା ବିଧେୟକ ଗତ ବର୍ଷ ସଂସଦର ଅନୁମୋଦନ ହାସଲ କରିସାରିଛି, କିନ୍ତୁ ଏହା ଚୂଡାନ୍ତ ହୋଇନାହିଁ କି ଏହାର କାର୍ଯ୍ୟକାରୀ କରାଯାଇନାହିଁ। ଏବେ ଶ୍ରମ ମନ୍ତ୍ରାଳୟ ଏହି ସମସ୍ତ ଚାରି ସଂହିତା ଏବଂ ନିୟମକୁ ଏକାଥରକେ ଲାଗୁ କରିବାକୁ ବିଚାର କରୁଛି। ଶ୍ରୀ ଗଙ୍ଗୱରଙ୍କ କହିବାନୁଯାୟୀ, ସମସ୍ତ ୪ ଶ୍ରମ ସଂହିତାକୁ ଚଳିତବର୍ଷ ଡିସେମ୍ବର ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଶ୍ରମ କ୍ଷେତ୍ରରେ ସଂସ୍କାର ଜରିଆରେ ସମ୍ପୂର୍ଣ୍ଣ କରିବାକୁ ସରକାର ସମସ୍ତ ଉଦ୍ୟମ ଜାରି ରଖିଛନ୍ତି।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories