www.samajalive.in
Friday, December 12, 2025
27.1 C
Bhubaneswar

ଗ୍ୟାସ୍ ଲିକରୁ ଅଗ୍ନିକାଣ୍ଡ; ଜଣେ ମୃତ, ୬ ଆହତ 

ବେଗୁନିଆ : ବେଗୁନିଆ ଥାନା ଅନ୍ତର୍ଗତ ଗଡ଼ମାଣତ୍ରୀ ଗ୍ରାମରେ ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୬ ଜଣ ପୋଡି ହୋଇ ଆହତ ହେବା ଏବଂ ସେମାନଙ୍କ ମଧ୍ୟରୁ ଆଜି କଟକ ବଡ ମେଡିକାଲରେ ଜଣେ ଶିଶୁ ମୃତ୍ୟୁ ବରଣ କରିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି l
ସୂଚନା ଅନୁସାରେ, ଗ୍ରାମର ଅଜୟ ରାଉତରାୟଙ୍କ ରୋଷେଇ ଘରେ ଥିବା ଗ୍ୟାସ ଟାଙ୍କିରୁ ଗ୍ୟାସ ଲିକ ହୋଇ ଘରସାରା ଭର୍ତ୍ତି ହୋଇଯାଇଥିଲା l ଘର ଲୋକମାନେ ଏହା ଜାଣିନପାରି ଗତକାଲି ରାତିରେ ରୋଷେଇ କରିବା ପାଇଁ ଲାଇଟର ମାରିବା ସମୟରେ ନିଆଁ ଘରସାରା ଖେଳିଯାଇ ଦୁଆର ନିକଟରେ ବସିଥିବା ଲୋକମାନଙ୍କ ଦେହରେ ଲାଗିଯାଇଥିଲା l ଫଳରେ ଅଜୟ ରାଉତରାୟ, ତାଙ୍କ ସ୍ତ୍ରୀ ସଂଯୁକ୍ତା, ଅଜୟଙ୍କ ବଡଭାଇ ଫକୀରଙ୍କର ଝିଅ ଲିଜା ଏବଂ ପୂଜା ରାଉତରାୟ, ପୁଅ ରାଜା ରାଉତରାୟ, ଲିଜାଙ୍କ ସ୍ୱାମୀ ପପୁ ତୋଟାଳ ଏବଂ ତାଙ୍କର ୩ ବର୍ଷର ଝିଅ ପ୍ରତ୍ୟୁଷାଙ୍କ ଦେହରେ ନିଆଁ ଲାଗିଜିବା ଯୋଗୁଁ ସେମାନେ ଗୁରୁତର ହୋଇଥିଲେ l ସେମାନଙ୍କୁ ସଂଗେ ସଂଗେ ଗ୍ରାମବାସୀମାନେ ଖୋର୍ଦ୍ଧା ଡାକ୍ତରଖାନାକୁ ନେଇଯାଇଥିଲେ l କିନ୍ତୁ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା l ଗୁରୁତର ଅବସ୍ଥାରେ ସେମାନେ ସେଠାରେ ଚିକିସ୍ଥିତ ହେଉଥିବାବେଳେ ଆଜି ସକାଳ ୯ଟାରେ ପ୍ରତ୍ୟୁଷା ମୃତ୍ୟୁ ବରଣ କରିଛନ୍ତି l ଏହି ଘଟଣାରେ ତାଙ୍କର ବାସଗୃହ ସମେତ ଘରେ ଥିବା ଅନ୍ୟ ଜିନିଷ ମଧ୍ୟ ପୋଡ଼ିଯାଇଛି l ଖବର ପାଇ ବେଗୁନିଆ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା l ଏଭଳି ସମୟରେ ସମ୍ପୃକ୍ତ ବିପର୍ଣ୍ଣ ପରିବାରକୁ ସରକାର ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି l

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories