www.samajalive.in
Saturday, December 6, 2025
19.1 C
Bhubaneswar

ଶିକ୍ଷାନଗରୀ ବୁର୍ଲାରେ ଅବୈଧ ମଦ କାରବାର : ପୁଲିସ-ଅବକାରୀ ବିଭାଗ ନୀରବ ଦ୍ରଷ୍ଟା

ବୁର୍ଲା : ବୁର୍ଲା ସହରରେ ବହୁବର୍ଷ ତଳେ ଗୋଟିଏ ବିଦେଶୀ ମଦଦୋକାନ ରହିଥିଲା ମାତ୍ର ପରିସ୍ଥିତି ଯୋଗୁଁ ସରକାର ଏହାକୁ ଉଠାଇଦେଇଛନ୍ତି। ଦେଶୀ ମଦଭାଟି ବି ଉଠିଗଲା। ଏହା ପରେ ବେଆଇନ ରୁପେ ଏଠି ଅବୈଧ ନିଶା କାରବାର ମୁଣ୍ଡ ଟେକିଲା। ଶିକ୍ଷାନଗରୀ ବୁର୍ଲା ସହରରେ ପାନ ଦୋକାନ, ଚା’ ଦୋକାନ, ହୋଟେଲ ଆଦି ନାମକୁ ମାତ୍ର ରହିଛି କିନ୍ତୁ ଅବୈଧ ମଦ କାରବାର ଖୁଲ୍ଲମଖୁଲ୍ଲା ଭାବେ ଚାଲିଛି। ଏଭଳିକି ଏହି ମଦ ନିଶା କାରବାରର କିଙ୍ଗପିନଙ୍କ ବିଷୟରେ ସମସ୍ତଙ୍କୁ ଜଣା ଥିବା ସତ୍ୱେ ନା ପୁଲିସ ବା ଅବକାରୀ ବିଭାଗ ଏ କ୍ଷେତ୍ରରେ   ଛନ୍ତି।

ଏପରିକି ମୋଟା ଅଙ୍କର ହାତଗୁଞ୍ଜାରେ ସମସ୍ତ ବ୍ୟବସ୍ତା ଚାଲିଥିବା ନେଇ ସ୍ତାନିୟ ସଚେତନ ମହଲରେ ନୀରବ ଦ୍ରଷ୍ଟା ସାଜିଛନ୍ତି। ଭିମସାର ଛାତ୍ରାବାସ ଠାରୁ ଅନତି ଦୁରତାରେ ଫାଣ୍ଡି ଛକ ନିକଟ, ଥାନା ନିକଟ ଗଳି ପଛ ପାଖରେ, ଏସବିଆଇ ନିକଟ, କଞ୍ଚା ମାର୍କେଟ, ଲକ୍ଷ୍ମୀପୁଜା ଛକ ଆଖପାଖ, କିମ୍ବା ଛକ, ଭକ୍ତି ମଣ୍ଡପ ସରକାରୀ ଗୃହ, ଗୋପବନ୍ଧୁ ଛକରେ ଖୁଲ୍ଲମଖୁଲ୍ଲା ବାର ଓ ରାସ୍ତା ଉପରେ ଖୋଲିଛି, ଷ୍ଟାଡ଼ିୟମ ଛକ, ଗୋପବନ୍ଧୁ ଛକ, କଚ୍ଚା ମାର୍କେଟ ଏପରି ବହୁ ସ୍ଥାନରେ ଅବୈଧ ବିଦେଶୀ ମଦ କାରବାର ଖୋଲାଖୋଲି ଭାବରେ ହେଉଥିବା ଦେଖିବାକୁ ମିଳୁଛି। ଶିକ୍ଷା ନଗରୀରେ ଅଧିକା ମାତ୍ରାରେ ଛାତ୍ର ସମାଜ ରହିଛି, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛକ, ଭିସୁଟ ନିକଟ, ଗୌଡ଼ପାଲି, ପଠାଣବନ୍ଧ ଛକରେ ଖୁଲ୍ଲମଖୁଲ୍ଲା ମଦ ବିକ୍ରି ଚାଲିଛି। ଏହି ନିଶାସେବନ କରି ଅନେକ ପ୍ରକାର କୁକର୍ମ କରିବାକୁ ମଧ୍ୟ ପଛାଉ ନାହାନ୍ତି। ବର୍ତ୍ତମାନ ଅନଲାଇନ ଏବଂ ଦୁଇଚକିଆ ଭ୍ରାମ୍ୟମାଣ ଗାଡ଼ିରେ ନିଶା ଗ୍ରାହକଙ୍କ ନିକଟରେ ପହଞ୍ଚି ଯାଉଛି। କିଛି ବର୍ଷ ମଧ୍ୟର ଅବକାରୀ ବିଭାଗ ସମ୍ପୁର୍ଣ୍ଣ ଭାବରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡ଼ିଛି। ସେପଟେ କୁଚିଆ ବେପାରୀ ମାନଙ୍କୁ ଧରି କୋର୍ଟକୁ ପୁଲିସ ତରଫରୁ ଚାଲାଣ କରାଯାଇ ବାହି ବାହି ନେଇ ଚାଲିଛି। ଶିକ୍ଷା ନଗରୀରେ ନିଶା କାରବାର କୁଚିଆଙ୍କୁ ମାରି ବଡ଼ ବେପାରୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ଦୈନିକ ଶିକ୍ଷାନଗରୀ ବୁର୍ଲା ସହରରେ ଲକ୍ଷ ଲକ୍ଷ ଟଙ୍କାର ଅବୈଧ ମଦ କାରବାର ହୋଇଥାଏ। ଏପରିକି ବାହାରେ ମଦ ନ ମିଳିଳେ ନିଶାଢ଼ି ମାନେ ବୁର୍ଲାକୁ ଆସି ମଦ ନେଇ ଯାଉଥିବା ଦେଖିବାକୁ ମିଳୁଛି। ସେପଟେ ମାଲାମାଲ ବ୍ୟବସାୟୀ ବହୁତାଲା ବିଶିଷ୍ଟ ଘର ବନାଇ ମାଲାମାଲ ହୋଇ ସାରିଲେଣି ଏହା ଉପରେ ଦୁର୍ନତି ନିବାରଣ ବିଭାଗ ବା ଆୟକର ବିଭାଗର ନଜର ନ ପଡ଼ିବା ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ନିଜ ତୁଚ୍ଛ ସ୍ୱାର୍ଥକୁ ହାସଲ କରିବା ପାଇଁ ଯୁବସମାଜକୁ ପଥଭ୍ରଷ୍ଟ କରି ଚାଲିଥିବା ବ୍ୟବସାୟୀ ତିଳେ ମାତ୍ର ଚିନ୍ତା କରିନାହାନ୍ତି। ସେପଟେ ଅନ୍ୟ ଏକ ଚିନ୍ତା କରିବାର ବିଷୟ ହେଉଛି ବୁର୍ଲା ସହରକୁ ଭିଲାଇ, ଦୁର୍ଗ, ଝାରସୁଗୁଡ଼ା, ସମ୍ବଲପୁର, ଝାରଖଣ୍ଡ ଅଞ୍ଚଳରୁ ନକଲି ମଦ ଅବୈଧ ଭାବେ ପ୍ରବେଶ କରୁଛି ନାମୀଦାମୀ କମ୍ପାନିର ଲେବେଲ ଲଗାଯାଇ। ଏଭଳି ନିମ୍ନମାନର ମଦ୍ୟପାନ କରି ଅନେକ ନିଶାଶକ୍ତ ନିଜର କିଡ଼ନି, ଲିଭର ଭଳି ଗୁରୁତ୍ୱପୁର୍ଣ୍ଣ ଅଙ୍ଗ ହରାଇ ମୃତ୍ୟୁର ଶୀକାର ହେଉଛନ୍ତି। ଏପରିକି ଭାରତୀ କ୍ଲବ ନିକଟକୁ ନିଶା ଆଡ୍ଡା କହିଲେ କୌଣସି ଭୁଲ ହେବ ନାହିଁ। ଶିକ୍ଷାନଗରୀ ବୁର୍ଲା ସହରକୁ ନିଶା କାରବାର ସମ୍ପୁର୍ଣ୍ଣ ଭାବରେ କବଳିତ କରି ରଖିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories