www.samajalive.in
Sunday, December 14, 2025
26.1 C
Bhubaneswar

ବୁର୍ଲା ଭିମସାର ଏମଆରଆଇ ମହାଦୁର୍ନୀତି ଘଟଣା – ଭିମସାର ନିର୍ଦ୍ଦେଶକଙ୍କ ସହିତ ଆଲୋଚନା କଲା ଏଚଏଲଏଲ ଅଧିକାରୀ

ବୁର୍ଲା : ବୁର୍ଲା ଭିମସାରରେ ପିପିପି ମୋଡ଼ରେ ହିନ୍ଦଲାବ ଦ୍ୱାରା ଖୋଲାଯାଇଥିବା ଏମଆରଆଇ ସେଣ୍ଟରରେ ରୋଗୀଙ୍କ ନାମରେ ମିଥ୍ୟାବିଲ ଦେଇ ସରକାରୀ ଟଙ୍କାକୁ ହଡପ ଘଟଣାକୁ କେନ୍ଦ୍ର କରି ଆଜି ଏଚଏଚଏଲର ଜଣେ ଉପରିସ୍ଥ ଅଧିକାରୀ ଆସି ବୁର୍ଲା ଭିମସାର ନିର୍ଦ୍ଦେଶକ ପ୍ରଫେସର ଲଳିତ ମେହେରଙ୍କ ସହିତ ଘଟଣା ସମ୍ପର୍କରେ ସବିଶେଷ ଆଲୋଚନା କରିଥିବା ନିର୍ଦେଶକ ପ୍ରଫେସର ଡା.ଲଳିତ ମେହେର ସୂଚନା ଦେଇଛନ୍ତି। ତେବେ ଏଚଏଲଏଲ ପକ୍ଷରୁ ଖୁବ୍ ଶୀଘ୍ର ଏମଆରଆଇ ଘଟଣା ସମ୍ପୃକ୍ତ ଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି । ଦରକାର ପଡିଲେ ବୁର୍ଲା ଏମଆରଆଇ ସେଣ୍ଟରର ସମସ୍ତ କର୍ମଚାରୀକୁ ବାହାର କରାଯାଇ ନୂତନ କର୍ମଚାରୀ ନିଯୁକ୍ତି ହୋଇପାରେ ବୋଲି ମଧ୍ୟ ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି। କିନ୍ତୁ ଏମଆରଆଇରେ ରୋଗୀଙ୍କ ନାମରେ ମିଥ୍ୟା ବିଲ ଦେଇ ସରକାରୀ ଟଙ୍କାକୁ ହେରଫେର କରିବା ଘଟଣାରେ ସତ୍ୟତା ରହିଥିବା ନିର୍ଦେଶକ ଏଚଏଲଏଲ ଅଧିକାରୀଙ୍କୁ କହିଥିବା ବେଳେ ସେମାନଙ୍କ ବିରୁଦ୍ଧରେ ନିହାତି କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ କହିଥିବା ଜଣାପଡିଛି । ତେବେ ବୁର୍ଲା ଏମଆରଆଇ ସେଣ୍ଟର ଏଚଏଲ୍ଏଲ୍ ଅଧିନରେ ଥିବା ବେଳେ ଏଚଏଲଏଲ୍ ଏହି ଏମ୍ଆର୍ଆଇର ପରିଚାଳନା ଦାୟିତ୍ୱ କ୍ରିଷ୍ଣା ଡାଇଗ୍ନୋଷ୍ଟିକ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ଘରୋଇ କମ୍ପାନୀକୁ ପେଟି ଠିକାରେ ଦେଇଛି । ହେଲେ ଏହି କ୍ରିଷ୍ଣା କମ୍ପାନୀ ଅଧିନରେ ବୁର୍ଲା ଏମ୍ଆର୍ଆଇ ସେଣ୍ଟରରେ କାମ କରୁଥିବା କର୍ମଚାରୀ ମାନେ ରୋଗୀଙ୍କ ନାମରେ ମିଥ୍ୟା ବିଲ ପ୍ରସ୍ତୁତ କରି ରାଜ୍ୟସରକାରଙ୍କ କୋଟି କୋଟି ଟଙ୍କା ହଡପ କରିନେବା ନେଇ ଭିମସାର ଡାକ୍ତର ମାନେ ତଥ୍ୟ ପ୍ରମାଣ ସହିତ ଘଟଣା ର ପର୍ଦାଫାସ କରିଥିଲେ । ଏହାପରେ ମେଡିକାଲ କର୍ତ୍ତୃପକ୍ଷ ତଦନ୍ତ କରି ଡାକ୍ତରଙ୍କ ଅଭିଯୋଗରେ ସତ୍ୟାସତ୍ୟ ଥିବା ଜଣିବାକୁ ପାଇଥିଲେ। ଏହାପରେ ଏହି ଏମଆରଆଇ ର ସେଣ୍ଟର ଇନ୍ଚାର୍ଜ ମହେଶ ସାଙ୍କ ସମେତ ଆଉ କିଛି କର୍ମଚାରୀ ଏଚଏଲଏଲକୁ ବଦନାମ କରିବା ପାଇଁ ଚେଷ୍ଟା କରିଥିଲେ। ଏହାପରେ ଏହି ଘଟଣାକୁ ନେଇ ବର୍ତ୍ତମାନ ଏଚଏଲଏଲର ଅଧିକାରୀ ମାନେ ନିଜେ ଘଟଣାକୁ ଗୁରୁତ୍ୱ ଦେବା ସହିତ ନିଜ ଏଚଏଲଏଲ୍ ବଦନାମ ହେବା ପୂର୍ବରୁ ଘଟଣାର ସତ୍ୟସତ୍ୟ ଜାଣି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଣ୍ଟା ଭିଡିଛନ୍ତି ବୋଲି ଜଣାପଡିଛି ।

ସୂଚନା ଥାଉ କି ବୁର୍ଲା ଭିମସାର ଏମଆରଆଇ ସେଣ୍ଟରରେ ତିନିମାସ ପୂର୍ବରୁ ସରକାରଙ୍କ କୋଟି କୋଟି ଟଙ୍କା ହରିଲୁଟ୍ କରୁଥିବା ପ୍ରମାଣ ଭିମସାର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କ ସମେତ କିଛି ଡାକ୍ତରଙ୍କ ହାତରେ ଲାଗିଥିଲା । ଏହାପରେ ଡାକ୍ତର ରାମଚନ୍ଦାନୀ ଘଟଣାକୁ ଗୁରୁତର ସହିତ ନେଇ ଏହାର ତଦନ୍ତ ହେବା ସହିତ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ହେଲେ ମେଡିକାଲ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିନଥିବା ବେଳେ କୋଭିଡ୍ ଆଳ ଦେଖାଇ ସମୟ ଗଡୁଛି । କିନ୍ତୁ ବର୍ତମାନ ଏଚଏଲଏଲ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ୍ ଖୁବ୍ ଶୀଘ୍ର ହେବ ବୋଲି ଆକଳନ କରାଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories