ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଶନିବାର ଖୋର୍ଦ୍ଧା, ବାଲିଅନ୍ତା, ବାଲିପାଟଣା ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେଡ଼ି ଏବଂ ବିଜେପିର ବହୁ ନେତା ଓ କର୍ମୀ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି।
ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଉପସ୍ଥିତିରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅତୁଳନୀୟ ସମାଜ ସେବା ତଥା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସଂଗ୍ରାମ ପ୍ରତି ଆକର୍ଷିତ ହୋଇ ଏବଂ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ, ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱକୁ ସମ୍ମାନ ଜଣାଇ ଖୋର୍ଦ୍ଧା, ବାଲିଅନ୍ତା, ବାଲିପାଟଣା ଏବଂ ଜଟଣୀ ନିର୍ବାଚନ ମଣ୍ଡଳୀର ବିଜେଡ଼ି ଓ ବିଜେପିର ବହୁ ନେତା ଓ କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। ଏଥିରେ ଥିବା ନେତୃସ୍ଥାନୀୟ ବ୍ୟକ୍ତିମାନେ ହେଲେ ଉମାକାନ୍ତ ମହାପାତ୍ର,ବିଷ୍ଣୁ ଚରଣ ଛୋଟରା, ସୁଧାକର ସାହୁ, ସୁନିଲ୍ କୁମାର ଘଡେଇ, ପରମାନନ୍ଦ ବେହେରା, ବନବିହାରୀ ସାହୁ, ବଳରାମ ସାହୁ, ବିରେନ୍ଦ୍ର ସିଂ, ସୌମ୍ୟ ହରିଚନ୍ଦନ, ସୋମନାଥ ଷଡ଼ଙ୍ଗୀ, ନରହରି ଦଲେଇ, ସୁମନ୍ତ ସେଠୀ, ଶ୍ରୀକାନ୍ତ ପଣ୍ଡା, ରମାକାନ୍ତ ଭୋଇ, କୁଳମଣି ପ୍ରମୁଖ। ଏମାନଙ୍କର ଯୋଗଦାନ ଖୋର୍ଦ୍ଧା ଜିଲ୍ଲାରେ କଂଗ୍ରେସ ସଂଗଠନକୁ ମଜବୁତ କରିବ ବୋଲି ଶ୍ରୀ ରାଉତରାୟ ତାଙ୍କ ବକ୍ତ୍ୟବରେ କହିଛନ୍ତି। ପୂର୍ବତନ ପିସିସି ସଭାପତି ଶ୍ରୀ ଜେନା ଯୋଗଦେଇଥିବା ନେତୃବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଜଟଣୀ ମ୍ୟୁନିସିପାଲିଟର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ, ମନ୍ମଥ ରାଉତରାୟ, ପ୍ରକାଶ ଜେନା ଓ କଳିଙ୍ଗ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।



