www.samajalive.in
Sunday, December 14, 2025
15.1 C
Bhubaneswar

କାପସିଭଟା ପ୍ରାଥମିକ ବିଦ୍ୟାଳୟ ବନ୍ଦକୁ ବିରୋଧ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକ ଅନ୍ତର୍ଗତ କାପସିଭଟା ପ୍ରାଥମିକ ବିଦ୍ୟାଳୟକୁ କମ ସଂଖ୍ୟକ ଉପସ୍ଥାନ ଦର୍ଶାଇ ସେବତିପଡା ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ପ୍ରସ୍ତାବକୁ ଗ୍ରାମବାସୀ ଦୃଢ ବିରୋଧ କରିଛନ୍ତି। ଏନେଇ ଆଜି ଗ୍ରାମରେ ଏକ ବୈଠକ ହୋଇ ନିଷ୍ପତିକୁ ପୁନର୍ବିଚାର କରିବାକୁ ଦାବି କରାଯାଇଛି। ବୈଠକରେ ରାଜ୍ୟ ଯୁବ କଂଗ୍ରେସ ପ୍ରବକ୍ତା ବିରେନ୍ଦ୍ର ବାଗ ପହଂଚି ଗ୍ରାମବାସୀଙ୍କ ଯୁକ୍ତିଯୁକ୍ତ ଦାବିକୁ ସରକାର ଗ୍ରହଣ କରିବାକୁ ମତପ୍ରକାଶ କରିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, କାପସିଭଟା ଏକ ରାଜସ୍ୱ ଗ୍ରାମ ଏବଂ ଏଠାରେ ୧୯୬୫ରୁ ସରକାରି ପ୍ରାଥମିକ ବିଦ୍ୟାଳୟ ରହିଛି। ମୋଟ ୨୯ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବେଳେ ଗ୍ରାମର ଆଉ ୧୩ ଜଣ ଚଳିତ ବର୍ଷ ନାମଲେଖା ପାଇଁ ଯୋଗ୍ୟତା ରହିଛି। ପାଖ ରଣାପଡା ଏବଂ ସଖିପଡାର ୧୫ ଜଣ ଶିକ୍ଷାର୍ଥୀ ଭର୍ତ୍ତି ପାଇଁ ଆବେଦନ କରିଛନ୍ତି। ବିଦ୍ୟାଳୟର ସମସ୍ତ ଭିତ୍ତିଭୂମୀ ମଧ୍ୟ ସୁଦୃଢ ରହିଛି। ଅନ୍ୟପକ୍ଷରେ ବିଦ୍ୟାଳୟରେ ସିକ୍ଲିନ ପୀଡିତ ଏବଂ ଭିନ୍ନକ୍ଷମ ଶିଶୁ ମଧ୍ୟ ଅଧ୍ୟୟନ କରୁଛନ୍ତି। କାପସିଭଟାରୁ ସେବତିପଡାର ଦୂରତା ରହିଥିବା ପ୍ରାୟ ଦେଢ କିମି ଦୂରତା ରହିଛି। ପାଖରେ ବାଲିଘାଟ ଥିବା ଦୈନିକ ପ୍ରାୟ ୩୦ରୁ ୪୦ ଟ୍ରାକ୍ଟର ଏହି ରାସ୍ତାରେ ଯାତାୟତ ହେଉଛି। ରାସ୍ତାରେ ଦେଶୀ ମଦ ଭାଟି ରହିବା ନେଇ ସର୍ବଦା ଭିଡ ଲାଗି ରହୁଛି। ଏପରିସ୍ଥିତିରେ ଖରା ବର୍ଷାରେ କୋମଳମତି ଶିଶୁ ଏହି ରାସ୍ତାରେ ଚାଲିଚାଲି ଯିବା ଆସିବା କେତେ ସୁରକ୍ଷିତ ବୋଲି ବୈଠକରେ ଗାଁ କଲ୍ୟାଣ ସମିତି ସଦସ୍ୟ ଟଙ୍କଧର ବିଭାର, ଗୋପାଲ ବନଛୋର ପ୍ରମୁଖ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ବିଦ୍ୟାଳୟ ବନ୍ଦ ନିଷ୍ପତିକୁ ବାତିଲ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏସମ୍ପର୍କରେ ଗ୍ରାମବାସୀ ଟିଟିଲାଗଡ ଉପଜିଲାପାଳଙ୍କୁ ପତ୍ର ଲେଖି ପଠାଇବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ, ବଲାଙ୍ଗିର ସାଂସଦ, ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ, ବଲାଙ୍ଗିର ଜିଲାପାଳ, ଶିକ୍ଷା ଅଧିକାରୀଙ୍କ ଠାରେ ଫେରାଦ ହୋଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories