www.samajalive.in
Thursday, December 11, 2025
18.1 C
Bhubaneswar

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ; ହ୍ବାଟ୍ସଆପରେ ଆସିଲା ମେସେଜ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ନେଇ ଏକ ଧମକ ପରେ ପୁଲିସ ତତ୍ପରତା ବୃଦ୍ଧି ପାଇଛି । ୧୧୨ ହ୍ବାଟ୍ସଆପ୍ ନମ୍ବରକୁ  ୯୬୯୬୭୫୫୧୧୩ ନମ୍ବରରୁ ଏହି ମେସେଜ ଆସିଛି । ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରିଛି ଓ ସାଇବର ପୁଲିସ ତଦନ୍ତ ଆରମ୍ଭ କରିଛି ।

ବାହୁବଳି ବିଧାୟକ ମୁଖତାର ଅନ୍ସାରୀକୁ ଜେଲରୁ ନ ଛାଡ଼ିବା ନେଇ ନିଷ୍ପତ୍ତିକୁ ବିରୋଧ କରି ଏହି ଧମକ ଦିଆଯାଇଥିବା ଚର୍ଚା ହେଉଛି । ଜଣେ ପୁଲିସ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ମେସେଜ ବୁଧବାର ସକାଳେ ପଠାଯାଇଥିଲା । ଏହା ସହ ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କିଛି ଅଶାଳୀନ ଭାଷା ମଧ୍ୟ ପ୍ରୟୋଗ କରାଯାଇଥିଲା । ୨୪ ଘଣ୍ଟା ମଧ୍ୟରେ ମୁଖତାର ଆନସାରୀଙ୍କୁ ଜେଲରୁ ବାହାର ନ କଲେ ସରକାର ଭାଙ୍ଗି ଦିଆଯିବ ବୋଲି ମଧ୍ୟ ଏଥିରେ କୁହାଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶ ସରକାର ବାହୁବଳୀ ଓ ସେମାନଙ୍କର ସମର୍ଥକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି । ମୁଖତାରର ଅବୈଧ ସମ୍ପତ୍ତିକୁ ଜବତ କରାଯାଉଛି । ଏହାକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରୁ କେହି ଏପରି ମେସେଜ ଦେଇଥିବା ପୁଲିସ ଅନୁମାନ କରୁଛି । ଲକ୍ଷ୍ନୌର ହଜରତଗଞ୍ଜ ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି । ମେସେଜ ପଠାଇଥିବା ଲୋକକୁ ଠାବ କରିବା ନିମନ୍ତେ ପୁଲିସ ପଦକ୍ଷେପ ନେବା ଆରମ୍ଭ କରିଛି ।

- Advertisement -

ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି । ଜୁନରେ ୧୧୨ ହ୍ବାଟସଆପ୍ ନମ୍ବରରେ ମଧ୍ୟ ଅନୁରୂପ ଏକ ମେସେଜ ଆସିଥିଲା । ଏହି ଘଟଣାରେ ପୁଲିସ ମୁମ୍ବାଇରୁ କାମରାନ ନାମକ ଜଣେ ସିକ୍ୟୁରିଟି ଗାର୍ଡ଼କୁ ଗିରଫ କରିଥିଲା । ଜାଭେରୀ ବଜାରରେ ରହୁଥିବା କାମରାନର ସ୍ପାଇନାଲ ଟିବି ଅପରେସନ ହୋଇଥିଲା ଓ ସେ ଏହାପରେ ଚାକିରି ଛାଡ଼ି ଦେଇଥିଲା ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories