www.samajalive.in
Saturday, December 13, 2025
26.1 C
Bhubaneswar

ବିକ୍ରି କମିଲା, କ୍ଷତି ବଢ଼ିଲା – ଭାରତ ଛାଡିଲା ହାର୍ଲେ ଡେଭିଡ଼ସନ

ଲକଜୁରି ବାଇକ ନିର୍ମାତା ଆମେରିକୀୟ କମ୍ପାନୀ ହାର୍ଲେ ଡେଭିଡ଼ସନ ଭାରତ ଛାଡ଼ୁଛି। କମ୍ପାନୀ ଭାରତରେ ଏହାର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାଫଳରେ ଦେଶରେ ହାର୍ଲେ ଡେଭିଡ଼ସନର ଗାଡି ଆଉ ଉତ୍ପାଦନ ହେବ ନାହିଁ। ବର୍ତ୍ତମାନ ସମୟରେ କମ୍ପାନୀ ଭାରତରେ ଏହାର ଉତ୍ପାଦନ କ୍ରମଶଃ କମ୍ କରି ଆସୁଛି। ବାଇକ ମୂଲ୍ୟ ଅତ୍ୟାଧିକ ରହିବା, ତ୍ରୁଟିପୂର୍ଣ୍ଣ ବଜାର ରଣନୀତି ସହ ଭୁଲ ଉତ୍ପାଦ ଡିଜାଇନ ଏସବୁର ମୁଖ୍ୟ କାରଣ ହୋଇଛି। ଦିନକୁ ଦିନ କମ୍ପାନୀର ବ୍ୟବସାୟିକ କ୍ଷତି ବଢ଼ିବାରେ ଲାଗିଥିବାବେଳେ ପ୍ରିମିୟମ ମୋଟର ସାଇକେଲ କ୍ଷେତ୍ରରେ ବଜାର ଅଂଶ ହ୍ରାସ ଘଟିବାର ଲାଗିଛି। ଫଳରେ ଦୀର୍ଘ ୧୧ ବର୍ଷ ପରେ କମ୍ପାନୀକୁ ଏଭଳି କଠୋର ନିଷ୍ପତ୍ତି ନେବାକୁ ପଡୁଛି।

ଅନ୍ତର୍ଜାତୀୟ ବ୍ୟବସାୟ ପୁନର୍ଗଠନ ଯୋଜନାର ଅଂଶସ୍ୱରୂପ ଏହି ନିଷ୍ପତ୍ତି ନେଇଥିବା କମ୍ପାନୀ ପକ୍ଷରୁ ଗତକାଲି କର୍ମଚାରୀମାନଙ୍କୁ କୁହାଯାଇଥିଲା। ଅଗଷ୍ଟରେ ହାର୍ଲେ ଡେଭିଡ଼ସନ କ୍ଷତି ହେଉଥିବା ଏହାର କେତେକ ବଜାର ଛାଡିବାକୁ ନିଷ୍ପତ୍ତି ନେଇଥିଲା। କମ୍ପାନୀ ସମ୍ପ୍ରତି ଆମେରିକା, ୟୁରୋପ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ତାର କାରବାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ବିଚାର କରୁଛି। ୨୦୧୬-୧୭ରେ ଭାରତରେ କମ୍ପାନୀର ବାଇକ ଉତ୍ପାଦନ ୧୧,୭୩୫ ୟୁନିଟରୁ ୨୦୨୦-୨୧ରେ ୪୫୩୩ ୟୁନିଟକୁ ହ୍ରାସ ଘଟିଛି। ସେହିଭଳି ୨୦୧୬-୧୭ରେ ଭାରତରେ କମ୍ପାନୀର ବାଇକ ବିକ୍ରି ୪୭୦୮ ୟୁନିଟରୁ ୨୦୨୦-୨୧ରେ ୨୪୭୦ ୟୁନିଟକୁ ଖସିଆସିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories