www.samajalive.in
Sunday, December 14, 2025
23.1 C
Bhubaneswar

ବେତନଟୀବ୍ଲକ; ବିଗୁଡୁଛି ଅବସ୍ଥା ୨୫ ଚିହ୍ନଟ ପରେ ସଂକ୍ରମଣ ୭ଶହ ଟପିଲା

ବେତନଟୀ:ସରକାରୀ ଓ ରୋଟାରୀକ୍ଲବ ଆନୁକୁଲ୍ୟରେ ଚାଲିଥିବା ବିଶ୍ୱ ବ୍ୟାପି ମହାମାରୀ କରୋନା ସଂକ୍ରମଣ କିପରି ବଢିବାରେ ଲାଗିଛି ତାହା ସାଧାରଣ ଲୋକ ଜାଣି ନପାରିବାରୁ ଅବସ୍ଥା ଅସମ୍ଭାଳ ଆଡକୁ ଗତି କରୁଛି। ଶୁକ୍ରବାର ସରକାରୀ ସ୍ତରରେ ବେତନଟୀବ୍ଲକରୁ ୧୪ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ରୋଟାରୀକ୍ଲବ ପକ୍ଷରୁ ସ୍ଥାନୀୟ ଧର୍ମଶାଳାରେ ଚାଲଇଥିବା କରୋନା ପରୀକ୍ଷାର୨୩ଦିନରେ ମୋଟ ୨୩ଜଣଙ୍କ ମଧ୍ୟରୁ ୧୧ଜଣଙ୍କୁ ଚିହ୍ନଟ କରାଯିବା ଫଳରେ ମୋଟ ପଜିଟିଭ ସଂଖ୍ୟା ୨୫ରେ ପହଞ୍ଚିଛି। ସମଗ୍ର ବ୍ଲକରେ ଏହି ପଜିଟିଭ ସଂଖ୍ୟା ୭ଶହ ଟପି ଯାଇଛି। ରୋଟାରୀକ୍ଲବର ଏହି ଜନକଲ୍ୟାଣୀକାରୀ କାର୍ଯ୍ୟର ୨୩ଦିନ ମଧ୍ୟରେ ୭୨୮ଜଣଙ୍କର ପରୀକ୍ଷା କରାଯାଇ ସେଥି ମଧ୍ୟରୁ ୧୫୫ଜଣଙ୍କୁ ଚିହ୍ନଟ କରାଯାଇ ଉପଯୁକ୍ତ ପରାମର୍ଶ ପ୍ରଦାନ କରାଯାଇ ହୋମ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଛି। ବେତନଟୀ ବିଇଓ କାର୍ଯ୍ୟାଳୟର ଜଣେ ବରିଷ୍ଠ ବିଆରସିସିଙ୍କ କରୋନା ପଜିଟିଭ ବାହାରିଥିବାରୁ ଏବଂ ସେ ଅଫିସ ଆସୁଥିବାରୁ ଉକ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯିବା ସହିତ ବିଶୋଧନ କରିବା ଉପରେ ଗୁରୁତ୍ୱ ପ୍ରଦାନ ନକଲେ ସଂକ୍ରମଣ ବୃଦ୍ଧି ପାଇବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ସରକାରୀ ସ୍ତରରେ ଲକଡାଉନ ଓ ସଟଡାଉନ ବ୍ୟବସ୍ଥା ଉଠିଯିବାପରେ କରୋନା ମହାମାରୀ ବୋଲି ଗୋଟିଏ ସଂକ୍ରମଣ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ତାହା କେହି ହୃଦୟଙ୍ଗମ କରିନପାରିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। କରୋନା ବର୍ତ୍ତମାନ ବେତନଟୀବ୍ଲକରେ ଭୟାଭୟ ପରିସ୍ଥିତି ସୃଷ୍ଟି କରିଛି। ସଂକ୍ରମଣର ହାର ଦିନକୁ ଦିନ ବଢି ଚାଲିବା ଫଳରେ ସବୁସ୍ତରରେ ଚିନ୍ତାଜନକ ବିଷୟ ପାଲଟିଛି। ବେତନଟୀବ୍ଲକର ପରିସ୍ଥିତି ଯେଭଳି ରହିଛି ସେଥି ନିମନ୍ତେ ଅତିକମରେ ସମଗ୍ର ବେତନଟୀକୁ ୫ଦିନ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଜିଲାପାଳ ଦୃଷ୍ଟି ଦେବା ଦରକାର ବୋଲି ବିକାଶମଞ୍ଚର ଆବାହକ ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ, ସମାଜସେବୀ ପ୍ରକାଶ ବେହେରା, ବରିଷ୍ଠ ନାଗରିକ କୈଳାଶଚନ୍ଦ୍ର ଅଗ୍ରୱାଲ ପ୍ରମୁଖ ଦାବି କରିଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories