www.samajalive.in
Thursday, December 11, 2025
15.1 C
Bhubaneswar

ଚାକିରି ଦେବା ନାମରେ ୨ଲକ୍ଷ ୮୨ ହଜାର ଟଙ୍କା ଠକେଇ: ଜେଲ ହାଜତକୁ ଗଲା ନକଲି ଯନ୍ତ୍ରୀ

ଦେବଗଡ:ନିଜକୁ କନିଷ୍ଠ ଯନ୍ତ୍ରୀ ବୋଲି ପରିଚୟ ଦେବା ସହ ଚାକିରି କରାଇଦେବାକୁ କହି ୨ଲକ୍ଷ ୮୨ ହଜାର ଟଙ୍କା ଠକିନେଇଥିବା ଜଣେ ଯୁବକକୁ ବାରକୋଟ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନ୍ୟୁାୟୀ ବାରକୋଟ ଥାନା ଅନ୍ତର୍ଗତ ଡଁରା ଗ୍ରାମର ଅଞ୍ଜନ ପ୍ରଧାନ ନାମକ ଜଣ ଯୁବକ ଗତ ଏପ୍ରିଲ ମାସ ୫ ତାରିଖରେ ଫୋନ ଯୋଗେ ନିଜକୁ ସମ୍ବଲପୁର ଜିଲା ଅନ୍ତର୍ଗତ ଯୁଯୋମୁରା ବ୍ଲକର କନିଷ୍ଠ ଯନ୍ତ୍ରୀର ପରିଚୟ ଦେବାସହ ନିକଟସ୍ଥ ବାସୁପାଲି ଗ୍ରାମର ରୁଦ୍ର ନାରାୟଣ ପ୍ରଧାନଙ୍କୁ କୌଣସି ଏକ ଚାକିରିରେ ରଖାଇଦେବ ବୋଲି ପ୍ରତିଶୃତି ଦେଇଥିଲା। ଏଥିସହ ଏହି ଚାକିରି ନିମନ୍ତେ ୩ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି କହିଥିଲା। ଚାକିରି ଲୋଭରେ ଅଞ୍ଜନଙ୍କ କଥାରେ ରୁଦ୍ର ନାରାୟଣର ରାଜି ହେବାସହ ବିଭିନ୍ନ କିସ୍ତିରେ ଏହି ଟଙ୍କା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରତିଶୃତି ଅନୁଯାୟୀ ରୁଦ୍ର ନାରାୟଣ ଏହାର ଗୋଟିଏ ଦିନ ପରେ ଅର୍ଥାତ ଏପ୍ରିଲ ୬ରୁ୨୮ ତାରିଖ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଅନଲାଇନ ଜରିଆରେ ୨ଲକ୍ଷ ୮୨ ହଜାର ଟଙ୍କା ପ୍ରଦାନ କରିଥିଲେ। ମାତ୍ର ଅଞ୍ଜନ ରୁଦ୍ର ନାରାୟଣଙ୍କୁ ଚାକିରି ଦେବା ପରିବର୍ତ୍ତେ ବିଭିନ୍ନ ଆଳ ଦେଖାଇ ଦିନ ଗଡାଇଯାଇଥିଲା। ଏପରିକି ରୁଦ୍ର ନାରାୟଣ ଫୋନ କଲ ମଧ୍ୟ ସେ ରିସିଭ କରିନଥିଲା। ଫଳରେ ରୁଦ୍ର ନାରାୟଣ ଠକେଇର ଶିକାର ହୋଇଥିବା ଜାଣିପାରି ଏ ସମ୍ପର୍କରେ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ ପୁଲିସ ଅଞ୍ଜନ ବିରୁଦ୍ଧରେ ବିଭିନ୍ନ ଦଫାରେ ଏକ ମାମଲା ଋଜୁକରି ଘଟଣାର ତଦନ୍ତ ଚଲାଇବା ସହ ଅଞ୍ଜନକୁ ଗିରଫ କରିଥିଲା। ଗତକାଲି ତା’ର କୋଭିଡ ଟେଷ୍ଟ କରିବାପରେ ଆଜି କୋର୍ଟ ଚାଲାଣ କରିଥିଲା। ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଆଜି ତାକୁ ଜେଲ ହାଜତକୁ ପଠାଇ ଦିଅଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories