www.samajalive.in
Saturday, December 13, 2025
21.1 C
Bhubaneswar

ଡାକ୍ତରଖାନା ଆସି ସମସ୍ୟା ପଚାରି ବୁଝିଲେ ଜିଲାପାଳ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲାପାଳ ଭାବେ ଯୋଗ ଦେବା ପରେ ଚଞ୍ଚଳ ରାଣା(ଆଇଏଏସ୍) କଣ୍ଟାବାଞ୍ଜି ସହରକୁ ଶୁକ୍ରବାର ଅପରାହ୍ନରେ ପ୍ରଥମ କରି ଅଚାନକ ପରିଦର୍ଶନ କରିଛନ୍ତି। ସେ କଣ୍ଟାବାଞ୍ଜିକୁ ପାଦ ଦେବାର ପ୍ରଥମ ପାହାଚରେ ସ୍ଥାନୀୟ ଡାକ୍ତରଖାନାକୁ ଅଚାନକ ପରିଦର୍ଶନ କରି ଡାକ୍ତରଖାନାର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିଥିଲେ। ଏପରିକି ସେ ସମସ୍ତ ୱାର୍ଡ ବୁଲି ରୋଗୀମାନଙ୍କ ସମସ୍ୟା ବୁଝିଥିଲେ। ପୁଣି ଡାକ୍ତରଖାନାର ଅନ୍ତେବାସୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ଅସୁବିଧାର ସମାଧାନ ପାଇଁ ମେଡିକାଲ ଅଫିସର ଡା.ଏସ.ପି.ଡି.ପଣ୍ଡାଙ୍କ ସହ ଆଲୋଚନା କରି ଯଥାଶିଘ୍ର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସେ ଏନ.ଏ.ସି.ର ସଭାଗୃହରେ ଗଣମାଧ୍ୟମ ପ୍ରତିନିଧି ଏବଂ କର୍ମଚାରୀଙ୍କ ସହ କୋଭିଡ-୧୯ର ଜନ ସଂପର୍କ ଶିବିରରେ ଯୋଗ ଦେଇଥିଲେ। ଏହି ଶିବିରରେ କଣ୍ଟାବାଞ୍ଜି ସହରରେ ଅମାନିଆଁ ଜନତାଙ୍କୁ ସଚେତନତା କରିବା ସହିତ ନିଜର ସୁରକ୍ଷା ରକ୍ଷା କରିବା ସହିତ ଅନ୍ୟକୁ ସୁରକ୍ଷା କରି ସହର ଏବଂ ଜନସାଧାରଣଙ୍କୁ କୋଭିଡ ମହାମାରି ରୋଗରୁ ଦୂରେଇ ରଖିବା ପାଇଁ ସହଯୋଗ ଲୋଡିବା ସହ ନିଜର କୋଭିଡ-୧୯ ସମ୍ପର୍କରେ ନିଜର ଅନୁଭୁତି ବର୍ଣ୍ଣନା କରିଥିଲେ। ପରେ ସହରରେ କୋଭିଡ ପଜିଟିଭ୍‍ ହୋଇଥିବା କିଛି ବ୍ୟକ୍ତିଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ବୁଝିଥିଲେ। ଏପରିକି ଖବରଦାତାମାନେ ମଧ୍ୟ ୱାର୍ଡ କମିଟୀ ଜରିଆରେ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ଏବଂ ପ୍ରତ୍ୟେକ ୱାର୍ଡ କମିଟୀରେ ବୁଦ୍ଧିଜୀବି, ଗଣମାଧ୍ୟମ ପ୍ରତିନିଧି ଓ ସଚେତନ ନାଗିରିକଙ୍କୁ ସାମିଲ କରି କୋଭିଡ-୧୯ କିଭଳି ରୋକା ଯାଇ ପାରିବ ସେ ସମ୍ପର୍କରେ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଜନ ସଂପର୍କ ଶିବିରରେ ଏନ.ଏ.ସି. ନିର୍ବାହୀ ଅଧିକାରିଣୀ ବିଷ୍ଣୁପ୍ରିୟା ମିଶ୍ର, ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ, ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ କନ୍ଦନକେଲ, ପି.ଡବ୍ଲ.ଡି. ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଏସ. ପାତ୍ର, ସମସ୍ତ ପ୍ରିଂଟ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନଧି ଜୀବନାନନ୍ଦ ମହାନ୍ତି, ଗୁରୁଦୟାଲ ହଂସ, ଅନ୍ତିମ ପାଣିଗ୍ରାହୀ, କୃତିକର ବାଗ, ପୁଷ୍ପକେତୁ ବେହେରା, ମୋହନ ସୋନୀ, କମଲଜିତ ମଖିଜା ପ୍ରମୂଖ ସାମିଲ ହୋଇ ନିଜ ନିଜ ମତାମତ ରଖିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories