www.samajalive.in
Friday, December 12, 2025
23.1 C
Bhubaneswar

ଧାନ ଫସଲ ଖାଇଗଲେ ହାତିପଲ, କ୍ଷତିପୁରଣ ଦାବି

ଫୁଲବାଣୀ:କନ୍ଧମାଳ ଜିଲା ରାଇକିଆ ବ୍ଳକ ଅନ୍ତର୍ଗତ କରଡ଼ା ପଞ୍ଚାୟତର ସୁନାପୁଲି ଗ୍ରାମରେ ପ୍ରାୟ ୮ରୁ ୧୦ଟି ହାତିପଲ ପଶି ଗ୍ରାମରେ ଧାନ ଫସଲ ନଷ୍ଟ କରିବା ସହିତ ଅନେକ ଜମିରୁ ଫସଲ ଖାଇଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ବର୍ତ୍ତମାନ ଜମିରେ ଧାନ ଫଳି ଆସିଥିବା ବେଳେ ହାତି ପଲ ପ୍ରବେଶ ଯୋଗୁଁ ଗ୍ରାମର ଚାଷୀ ମାନଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ଉକ୍ତ ଗ୍ରାମର ମଦନ ମୋହନ ପ୍ରଧାନଙ୍କ ଏକ ଏକର ଜମିର ଫସଲ ହାତିପଲ ନଷ୍ଟକରିଦେଇଛନ୍ତି। ହାତୀପଲ ଭାଗ୍ୟ ଲତା ପ୍ରଧାନ, ଶତୃଘନ ପ୍ରଧାନ, ସୁଧୀର ପ୍ରଧାନ, ଶଙ୍କର ପ୍ରଧାନ ପୁରେନ୍ଦ୍ର ପ୍ରଧାନ ପ୍ରମୁଖ ଚାଷୀଙ୍କର ଜମିର ଫସଲ ନଷ୍ଟ କରିବା ସହିତ ଖାଇଦେଇଛନ୍ତି। ଦିନକୁ ଦିନ ହାତୀପଲ ମଧ୍ୟ ଗାଁ ମୁହଁ ହେଉଥିବା ଯୋଗୁଁ ସନ୍ଧ୍ୟା ହୋଇଗଲେ ଗ୍ରାମରେ ଏକ ପ୍ରକାର ଭାଳେଣି ପଡ଼ିଯାଉଛି ବୋଲୁି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଖବର ପାଇଁ କରଡ଼ା ବନ ବିଭାଗର କର୍ମଚାରୀମାନେ ଉକ୍ତ ଗ୍ରାମରେ ପହଞ୍ଚିି ସ୍ଥିତି ଅନୁଧ୍ୟାନ କରି ଫେରିଥିବା ବେଳେ ଅଞ୍ଚଳବାସୀ କ୍ଷତିପୁରଣ ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ହାତିପଲକୁ ଘଉଡ଼ାଇବା ପାଇଁ ମଧ୍ୟ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories