www.samajalive.in
Thursday, December 11, 2025
13.1 C
Bhubaneswar

ଚିନ୍ତା ବଢାଇଲା ସହରୀ ସଂକ୍ରମଣ; ରାସ୍ତାରେ ବୁଲି ଅମାନିଆଙ୍କୁ ତାଗିଦ୍ କଲେ ଜିଲାପାଳ ଓ ଏସପି

ବଲାଙ୍ଗିର : ବଲାଙ୍ଗିର ସହରରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଗତ କିଛି ଦିନ ଭିତରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଗତ କିଛି ଦିନ ଧରି ଚାଲିଥିବା ଆଲୋଚନା ପର୍ଯ୍ୟାଲୋଚନା ଭିତରେ ବୁଧବାର ସହରରେ ଦୋକାନ ବଜାର ବନ୍ଦ କରିବା ପାଇଁ କରୋନା ନିୟନ୍ତ୍ରଣ କମିଟି ନିଷ୍ପତ୍ତି ନେଇଥିଲା। ଗୁରୁବାର ଏନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଶୁକ୍ରବାର ଦିନଠାରୁ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ସହରର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ କମିଟି ଅନୁରୋଧ କରିଥିଲା। କମିଟିର ଅନୁରୋଧ କ୍ରମେ ସହରର ପ୍ରାୟତଃ ସବୁ ଦୋକାନ ବନ୍ଦ ରହିଛି। ଅନ୍ୟପକ୍ଷରେ କୋଭିଡ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବା ପାଇଁ ଶୁକ୍ରବାର ଉଭୟ ଜିଲାପାଳ ଓ ଏସପି ସହର ରାସ୍ତାରେ ବୁଲି ଆଇନ ଭାଙ୍ଗୁଥିବା ଲୋକଙ୍କୁ ନାଲିଆଖି ଦେଖାଇଛନ୍ତି।
ବଲାଙ୍ଗିର ସହରରେ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି। ପ୍ରତିଦିନ ସଂଖ୍ୟାଧିକ ରୋଗୀ ଚିହ୍ନଟ ହେଉଥିବାବେଳେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି। ପରିସ୍ଥିତି ଏମିତି ଯେ, ଗୋଟିଏ ପରିବାରରୁ ଏକାଧିକ ଲୋକଙ୍କ ମୃତ୍ୟୁ ଖବର ସହରବାସୀଙ୍କୁ ଆହୁରି ସ୍ତବ୍ଧ କରିଦେଇଛି। ଏମିତିରେ ସହରରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ଅନୁରୋଧ କରୁଥିଲେ ମଧ୍ୟ କେହି ଖାତିର କରୁନଥିଲେ। ସଂକ୍ରମଣ ଚେନକୁ ପ୍ରତିହତ କରିବା ପାଇଁ ଜିଲା ବଣିକ ସଂଘ ଆବାହାକତ୍ୱରେ ଏକ କରୋନା ନିୟନ୍ତ୍ରଣ କମିଟି ଗଠନ କରାଯାଇଥିଲା। ଏହି କମିଟିର ନିଷ୍ପତ୍ତି ଅନୁସାରେ ସାତଦିନିଆ ଦୋକାନ ବଜାର ସଟଡାଉନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାଦ୍ୱାରା ବଜାରରେ ଗହଳି କମିଲେ ସଂକ୍ରମଣ ନିୟନ୍ତ୍ରଣ ହେବ ବୋଲି କମିଟି ସୂଚନା ଦେଇଥିଲା। ଏନେଇ କମିଟି ପକ୍ଷରୁ ପ୍ରଶାସନକୁ ଲିଖିତ ଭାବେ ଜଣାଇଦିଆଯାଇଥିଲା। ଶୁକ୍ରବାରଠାରୁ ଏହି ସଟଡାଉନ ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ସହରର ପ୍ରାୟ ସମସ୍ତ ଛୋଟବଡ ଦୋକାନ ବନ୍ଦ ରହିଥିଲା। ଅତି ଜରୁରୀ ସାମଗ୍ରୀ ଦୋକାନ, ଔଷଧ ଦୋକାନ ଗୁଡିକ ଖୋଲାରହିଥିବା ବେଳେ ଅନ୍ୟ ଦୋକାନ ସବୁ ବନ୍ଦ ରଖିବା ପାଇଁ କମିଟି ନିବେଦନ କରିଥିଲା। କିନ୍ତୁ ଏହି ନିଷ୍ପତ୍ତିକୁ ଅନେକ ଦୋକାନୀ ମାନିନାହାନ୍ତି। ସେମାନେ ନିଜ ନିଜ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲାରଖିଥିବା ଦେଖିବାକୁ ମିଲିଥିଲା। ଏହି ସଟଡାଉନ ବିଷୟରେ କରୋନା ନିୟନ୍ତ୍ରଣ କମିଟି ଆବାହକ ତ୍ରୀପୁରାରୀ ପାଣିଗ୍ରାହୀଙ୍କ କହିବା ଅନୁସାରେ ସମସ୍ତ ବ୍ୟବସାୟୀ ମାନଙ୍କୁ ଅନୁରୋଧ କରାଯାଇଥିଲା। ସହରର ଅନେକ ଏହି ରୋଗରେ ମୃତ୍ୟୁ ବରଣ କରିଥିବା ବେଳେ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି। ସେଥିପାଇଁ ନିଜ ଲୋକଙ୍କ ଜୀବନ ବିଷୟରେ ଚିନ୍ତା କରି ଦୋକାନ ବନ୍ଦ ରଖିବା କଥା। ଯଦି କେହି ନମାନିବ କମିଟି କଣ କରିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସହରୀ ସଂକ୍ରମଣ ଏବେ ଜିଲାପ୍ରଶାସନକୁ ଚିନ୍ତାରେ ପକାଇଛି। ସହର ଭିତରେ ସାମାଜିକ ଦୂରତା, ମାସ୍କ ବ୍ୟବହାର ନିୟମକୁ ଲୋକେ ଖୋଲା ଖୋଲି ଉଲଂଘନ କରୁଛନ୍ତି। ଏହି ନିୟମକୁ କଡାକଡି ଭାବେ ପାଳନ କରିବା ଓ ଖିଲାପକାରୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଣ୍ଟା ଭିଡିଛି ଜିଲା ପ୍ରଶାସନ। କିଛି ଦିନ ତଳେ ଜିଲାପାଳ ଭାବେ ଯୋଗଦେଇଥିବା ଚଞ୍ଚଳ ରଣା, ଏସପି ଏମ. ସନ୍ଦୀପ ସମ୍ପତ୍ତ ମିଳିତ ଭାବେ ଶୁକ୍ରବାର ସହରର ଗହଳି ଛକ ମାନଙ୍କରେ ବୁଲିଛନ୍ତି। ଚାଲି ଚାଲି ରାସ୍ତାରେ ଯାଉଥିବା ଲୋକଙ୍କୁ ତାଗିଦ କରିଛନ୍ତି। ତେବେ ସହରରେ ଥିବା କିଛି ଔଷଧ ଦୋକାନ, କ୍ଲିନିକ, ପାଥୋଲେବମାନଙ୍କରେ ନିୟମ ମାନୁନଥିବାରୁ ସେମାନଙ୍କୁ ଜିଲାପାଳ ଶ୍ରୀ ରଣା ନାଲିଆଖି ଦେଖାଇଛନ୍ତି। ତେବେ ନିୟମ ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ମାସ୍କ ବ୍ୟବହାର, ସାମାଜିକ ଦୂରତା ତଦାରଖ କରିବା ପାଇଁ ସହରରେ ୫ଟି ସ୍ୱାର୍ଡ ଗଠନ କରାଯାଇଛି। ଉକ୍ତ ସ୍କ୍ୱାର୍ଡ ବୁଲିବୁଲି ଏହି ସବୁ ନିୟମ ଉପରେ ତଦାରଖ କରୁଥିବାବେଳେ ଖିଲାପକାରୀଙ୍କ ବିରୋଧରେ ଫାଇନ ଆଦାୟ କରାଯାଉଥିବା ଜିଲାପାଳ ଶ୍ରୀ ରଣା ନିଜ ପ୍ରତିକ୍ରିୟାରେ କହିଛନ୍ତି। ତେବେ ସହରରେ ଅଗ୍ନିଶମ ବିଭାଗ, ପୈାରପ୍ରଶାସନର ମିଳିତ ଉଦ୍ୟମରେ ସାନିଟାଇଜ୍ କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories