www.samajalive.in
Saturday, December 13, 2025
26.1 C
Bhubaneswar

ଅଣକଂଗ୍ରେସ, ଅଣବିଜେପି ଦଳର ଯୋଗାଯୋଗରେ ନାଇଡୁ

ହାଇଦରାବାଦ: ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ବିରୋଧରେ ନିଜର ଲଢେଇକୁ ଜୋରଦାର କରିବା ପାଇଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡୁ ଏବେ ଅଣବିଜେପି ଓ ଅଣକଂଗ୍ରେସ ଦଳ ସହ ଯୋଗାଯୋଗ ଚଳାଇଛନ୍ତି। ଏ ନେଇ ନାଇଡୁ ସମସ୍ତ ଅଣବିଜେପି ଓ ଅଣକଂଗ୍ରେସ ଦଳର ସଭାପତି ଓ ସଂସଦୀୟ ଦଳ ନେତାଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପତ୍ରରେ ସେ କେନ୍ଦ୍ର ବିରୋଧରେ ତେଲୁଗ ଦେଶମ୍‍ ପାର୍ଟି (ଟିଡିପି)ର ଲଢେଇରେ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଆନ୍ଧ୍ରପ୍ରଦେଶକୁ ନ୍ୟାୟ ପ୍ରଦାନରେ କେନ୍ଦ୍ର ପକ୍ଷପାତ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ନାଇଡୁ ସ୍ୱର ଉଠାଇଛନ୍ତି।
ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବି କରି ଗତ ମାର୍ଚ୍ଚରେ ନାଇଡୁ ବିଜେପି ନେତୃତ୍ୱ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରୁ ଓହରିଯାଇଥିଲେ। ସେ ଅଭିଯୋଗ କରିଥିଲେ ବିଜେପି ଆନ୍ଧ୍ରପ୍ରଦେଶ ପାଇ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିନାହଁ। ଜୁନ୍‍ରେ ହୋଇଥିବା ନୀତି ଆୟୋଗ ବୈଠକରେ ମଧ୍ୟ ନାଇଡୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରସଙ୍ଗ ଉଠାଇଥିଲେ। ନାଇଡୁଙ୍କ ଦାବିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମର୍ଥନ କରିଥିଲେ। ଏହି ସ୍ବତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବି କରି ସଂସଦର ଆଗାମୀ ମୌସୁମୀ ଅଧିବେଶନ କାଳରେ ଟିଡିପି କେନ୍ଦ୍ର ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଯୋଜନା କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories