www.samajalive.in
Saturday, December 13, 2025
26.1 C
Bhubaneswar

ପରିବାରର ୬ ଜଣଙ୍କ ଆତ୍ମହତ୍ୟା

ହଜାରିବାଗ: ଦିଲ୍ଲୀର ବୁରାରି ଅଞ୍ଚଳ ଭଳି ଝାଡଖଣ୍ଡର ହଜାରିବାଗ ଜିଲାରେ ରବିବାର ଗୋଟିଏ ପରିବାରର ୬ ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ମହିଳା, ୨ଜଣ ପୁରୁଷ ଓ ୨ଜଣ ପିଲା ଅଛନ୍ତି। ଘରୁ ମିଳିଥିବା ସୁଇସାଇଡ ନୋଟରୁ ଜଣାଯାଇଛି ଯେ ପରିବାର ଲୋକେ ଅତ୍ୟଧିକ ଋଣ ଭାର ଯୋଗୁଁ ମାନସିକ ଚାପରେ ଥିଲେ। ଏହା ସହିତ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ନିୟମିତ ଅସୁସ୍ଥ ରହିଆସୁଥିଲେ। ତେଣୁ ସେମାନେ କରଜ ପରିଶୋଧ କରିବାରେ ଅସମର୍ଥ ଥିଲେ।
ପରିବାରର ୫ଜଣ ସଦସ୍ୟ ରଶି ଲଗାଇ ଆତ୍ମହତ୍ୟା କରିଥିବାବେଳେ ଅନ୍ୟଜଣେ ଘର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମୃତକମାନେ ହେଲେ ମହାବୀର ମାହେଶ୍ୱରୀ (୭୦), ତାଙ୍କ ପତ୍ନୀ କିରନ ମାହେଶ୍ୱରୀ (୬୫), ପୁଅ ନରେଶ ମାହେଶ୍ୱରୀ (୪୦), ବୋହୂ ପ୍ରୀତି ଅଗ୍ରୱାଲ (୩୮), ଦୁଇ ନାତି ଓ ନାତୁଣୀ ଅମନ (୮) ଓ ଅଞ୍ଜଳି (୬)। ଫଳରେ ଗୋଟିଏ ପରିବାରର ୩ଟି ପିଢିର ଅବସାନ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପରିବାର ଲୋକେ ଏକ ଡ୍ରାଏଫୁଡ ଦୋକାନ ଚଳାଇଥିଲେ। ତଦନ୍ତରୁ ଜଣାଯାଇଛି ଯେ ୮ବର୍ଷର ନାତି ଅମନକୁ ଛାତ ଉପରୁ ଠେଲି ଦିଆଯାଇଥିଲା। ଫଳରେ ତାର ମୃତ୍ୟୁ ହୋଇଥିଲା। ପରିବାରର ଅନ୍ୟମାନେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ନରେଶ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ପିଲା ଦୁଇଜଣଙ୍କର ତଣ୍ଟି କାଟି ହତ୍ୟା କରାଯାଇଛି। ନରେଶଙ୍କ ଅସୁସ୍ଥତା କାରଣରୁ ଦୋକାନ ନିୟମିତ ଖୋଲା ହୋଇପାରୁ ନଥିଲା। ପରିବାର ଚଳାଇବା ପାଇଁ ଆବଶ୍ୟକ ରୋଜଗାର ହୋଇପାରୁ ନଥିଲା। ନିକଟରେ ମହାବୀର ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ ଯେ ପରିବାରର ଋଣ ଭାର ୫୦ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ନରେଶଙ୍କ ମୃତଦେହ ଘର ବାହାରେ ପଡିଥିବା ଦେଖି ପଡୋଶୀ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସି ଯାଞ୍ଚ କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା। ପୁଲିସ ଜବତ କରିଥିବା ସୁଇସାଇଡ ନୋଟ୍‍ରେ ପରିବାରର ସମସ୍ତ ସଦସ୍ୟଙ୍କ ଦସ୍ତଖତ ରହିଛି। ଚଳିତମାସ ୧ ତାରିଖରେ ଦିଲ୍ଲୀର ବୁରାରି ଅଞ୍ଚଳରେ ଗୋଟିଏ ପରିବାରର ୧୧ ସଦସ୍ୟ ଆତ୍ମହତ୍ୟା କରିଥିଲେ। ଧାର୍ମିକ ଅନ୍ଧବିଶ୍ୱାସ ଯୋଗୁଁ ଏହି ପରିବାର ଲୋକେ ଆତ୍ମହତ୍ୟା କରିଥିବା ପୁଲିସର ତଦନ୍ତରୁ ଜଣାପଡିଥିଲା। ତେବେ ଉକ୍ତ ପରିବାର ସଦସ୍ୟଙ୍କର କୌଣସି ସୁଇସାଇଡ ନୋଟ ଜବତ କରାଯାଇ ନ ଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories