www.samajalive.in
Sunday, December 14, 2025
16.1 C
Bhubaneswar

ବୁର୍ଲା ଭିମସାରର ଏମଆରଆଇ ମହାଦୁର୍ନିତି ପ୍ରସଙ୍ଗ- ସେଣ୍ଟର ଇନଚାର୍ଜ ମହେଶଙ୍କ ଘୋଟାଲାର ଅନ୍ୟ ଏକ ଭିଡ଼ିଓ ଭାଇରାଲ

ବୁର୍ଲା : ବୁର୍ଲା ଭିମସାରର ଏହି ଏମଆରଆଇ ମହାଦୁର୍ନତିର ଚେର ଲମ୍ବି ଲମ୍ବି ଯାଉଛି। ସେଣ୍ଟର ଘୋଟାଲାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସେଣ୍ଟର ଇନଚାର୍ଜ ମହେଶ ସାଙ୍କ ବିରୁଦ୍ଧରେ ଦିନକୁ ଅଭିଯୋଗର ଲମ୍ବାତାଲିକା ବୃଦ୍ଧି ପାଇ ଚାଲିଛି। ବୁର୍ଲା ଭିମସାରର ହିନ୍ଦଲାବ ଦ୍ୱାରା ପିପିପି ମୋଡ଼ରେ ଏମଆରଆଇ ସେଣ୍ଟରରେ ରୋଗୀଙ୍କ ନାଁମରେ ମିଥ୍ୟାବିଲ ପ୍ରସ୍ତୁତ କରି ସରକାରୀ ଟଙ୍କାକୁ ହଡପ କରିବା ଘଟଣାରେ ମହେଶଙ୍କ ପ୍ରମୁଖ ଭୂମିକା ରହିଥିବା ଚାକିରି ହରାଇଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ଏପରିକି ଘଟଣାର ତଦନ୍ତ ହେବା ପରେ ଘଟଣାକୁ ଚପେଇବା ପାଇଁ ମଧ୍ୟ ସେଣ୍ଟର ଇନ୍‍ଚାର୍ଜ ମହେଶ ଚପେଇବା ପାଇଁ ଉଦ୍ୟମ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଏହା ପରେ ବର୍ତ୍ତମାନ ପୁଣି ଏକ ଭିଡିଓ କ୍ଲିପ ସମାଜ ହାତରେ ଲାଗିଛି। ଯେଉଁଥିରେ କି ପୂର୍ବରୁ ଏମଆରଆଇ ସେଣ୍ଟରରେ ଟଙ୍କା ପୈଠ କରି ବାହାର ରୋଗୀଙ୍କୁ ପରିକ୍ଷା କରିବା ପାଇଁ ଗୁରୁତ୍ୱ ଦେବା ସହିତ ହସ୍ପିଟାଲର ରୋଗୀ ମାନଙ୍କୁ ଅଣଦେଖା କରା ଯାଉଥିଲା ଏବଂ ଏହି ଘଟଣା ଡାକ୍ତର ମାନଙ୍କ ଦ୍ୱାରା ପ୍ରଘଟ ହେବା ପରେ ସେ ଧରା ପଡିଥିଲେ। ହସ୍ପିଟାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ଡାକ୍ତର ମାନଙ୍କ ଉପସ୍ଥିତିରେ ସେଣ୍ଟର ଇନଚାର୍ଜ ମହେଶଙ୍କୁ ଡକାଯାଇ ଅଧିକ୍ଷକ ପଚରା ଉଚୁରା କରୁଥିବା ବେଳର ଏକ ଭିଡିଓ ଭାଇରାଲ ହୋଇଛି। ତେବେ ଏହି ଭିଡିଓକୁ ନେଇ ବର୍ତ୍ତମାନ ଚାକିରି ହରାଇଥିବା ଜଣେ ଏମଆରଆଇର ପୂର୍ବତନ କର୍ମଚାରୀ ଏହି ଭିଡିଓର ସତ୍ୟାସତ୍ୟ କହିଛନ୍ତି। ତେବେ ଏଥିରୁ ସ୍ୱଷ୍ଟ ଜଣାପଡୁଛି ଯେ ଏହି ମହେଶ ନାମକ ଯୁବକ ବୁର୍ଲା ଏମ୍‍ଆର୍‍ଆଇ ସେଣ୍ଟର ଦାୟିତ୍ୱରେ ରହିବା ଦିନଠାରୁ ଏଭଳି ମନଇଚ୍ଛା ବିଲ ପ୍ରସ୍ତୁତ କରିବା ସହିତ ମେଡିକାଲ ରୋଗିଙ୍କୁ କମ୍‍ ଗୁରୁତ୍ୱ ଦେବା ସହିତ ବାହାର ରୋଗୀଙ୍କୁ ଅଧିକା ଗୁରୁତ୍ୱ ଦେବା ଆଦି ଘଟଣା ଆରମ୍ଭ ହୋଇଥିଲା। ଏହି ସରକାରୀ କୋଟି କୋଟି ଟଙ୍କାକୁ ମିଥ୍ୟାବିଲ କରି ଲୁଟିବା ଘଟଣାରେ ମଧ୍ୟ ମହେଶଙ୍କ ପ୍ରମୂଖ ଭୂମିକା ରହିଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ତେବେ ସମାଜ ହାତରେ ଲାଗିଥିବା ଭିଡିଓରେ ହସ୍ପିଟାଲ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅଧିକ୍ଷକ ଏବଂ ଅନ୍ୟାନ୍ୟ କିଛି ଡାକ୍ତରଙ୍କ ଉପସ୍ତିତିରେ ମହେଶଙ୍କୁ ଜେରା କରାଯାଉଛି। ତେବେ ଯାହା ଜଣାପଡୁଛି ଯେ ପୂର୍ବରୁ କିଛିଦିନ ପାଇଁ ଏମଆରଆଇ ମେସିନ ଅଚଳ ହୋଇଥିବା ନେଇ ମହେଶଙ୍କ ନିର୍ଦ୍ଦେଶ ରେ ସେଣ୍ଟର ସମ୍ମୁଖରେ ସୂଚନା ଫଳକ ଲାଗିଥିଲା। କିନ୍ତୁ ଏହି ସମୟରେ ମେଡିକାଲର ରୋଗୀ ବାହାରେ ଅପେକ୍ଷା କରିଥିବା ବେଳେ ବାହାର ରୋଗୀ ଟଙ୍କା ପୈଠ କରି ଏମଆରଆଇ କରାଉଥିଲେ। ତେବେ ଖବର ପାଇ ମେଡିକାଲର କିଛି ପିଜି ଡାକ୍ତର ଏହି ଦୁର୍ନତି ଉପରୁ ପରଦା ଉଠାଇ ଥିଲେ। ମେଡିକାଲ ଅଧିକ୍ଷକଙ୍କ ନିକଟରେ ସମ୍ପୃକ୍ତ ଡାକ୍ତର ମାନେ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ମହେଶଙ୍କୁ ଡାକି ଅଧିକ୍ଷକ ପଚରାଉଚୁରା କରୁଛନ୍ତି। ଏହାପରେ ଭିମସାର ହସପିଟାଲ ଅଧିକ୍ଷକ ମହେଶଙ୍କ ନାମରେ ଏକ ନୋଟିସ ମଧ୍ୟ ଜାରି କରିଥିଲେ। କ୍ରିଷ୍ଣା କମ୍ପାନିର ଏକ ତଳିଆ କର୍ମଚାରୀ ହୋଇ ମଧ୍ୟ ତାଙ୍କ କମ୍ପାନୀ ଯେଉଁ ଏଚଏଲଏଲ ଅଧିନରେ ରହିଛି ସେହି ଏଚଏଲଏଲକୁ ମଧ୍ୟ ଏହି ଘଟଣାକୁ ଟାଣିବା ପାଇଁ ଚେଷ୍ଟା କରିଛନ୍ତି। ତେବେ ଏତେ ସବୁ ଘଟଣାରେ ଲିପ୍ତ ରହିଥିଲେ ମଧ୍ୟ ମହେଶଙ୍କ ବିରୁଦ୍ଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ତାକୁ ନେଇ ବିଭିନ୍ନ ମହଳରେ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଏତେ ବଡ ଦୁର୍ନିତିରେ ଲିପ୍ତ ରହିଥିଲେ ମଧ୍ୟ କାହିଁକି କ୍ରିଷ୍ଣା ଡାଇଗ୍ନୋଷ୍ଟିକ ଏବଂ ସେଣ୍ଟର ଇନ୍‍ଚାର୍ଜ ମହେଶଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ଚର୍ଚ୍ଚା ଯୋର ଧରିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories