www.samajalive.in
Saturday, December 13, 2025
14.1 C
Bhubaneswar

ଡ୍ରଗ୍ସ ମାମଲାରେ ଦୀପିକା

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ସଂପୃକ୍ତି ସାମ୍ନାକୁ ଆସିବା ପରଠାରୁ ଅନେକ ବଲିଉଡ୍ ଷ୍ଟାର ଏଥିରେ ସଂପୃକ୍ତ ଥିବା ଜଣାପଡ଼ିଛି। ଏହି ପରିପ୍ରେକ୍ଷୀରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ଦୀପିକାଙ୍କୁ ଆଗାମୀ ସମୟରେ ଡ୍ରଗ୍ସ ସଂପୃକ୍ତିକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପଚରାଉଚରା କରିପାରେ।
ମିଡିଆ ରିପୋର୍ଟ ଅନୁଯାୟୀ, ସୋମବାର ଏନସିବି ରିୟା ଚକ୍ରବର୍ତ୍ତୀଙ୍କ ନୂଆ ହ୍ବାଟ୍ସଆପ୍ ଚାଟ୍ ପ୍ରକାଶ କରିଛି। ଚାର୍ଟରେ ରିୟା ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କ ସହ କଥା ହୋଇଥିବା ଦେଖାଯାଇଛି। ଏହି ଚାଟରେ ରିୟା ଚକ୍ରବର୍ତ୍ତୀ ଏବଂ କରିଶ୍ମା ଡ୍ରଗ୍ କାରବାର ବିଷୟରେ କଥା ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଡକାଇ ପଚରାଉଚରା କରିଛି। ଦୀପିକା ଖୋଲାଖୋଲି ଭାବେ କରିଶ୍ମାଙ୍କ ସହ ଟ୍ରଗ୍ସକୁ ନେଇ ହ୍ବାଟ୍ସଆପ୍ ଚାର୍ଟ କରିଥିବା ଏନସିବି ଜାଣିବାକୁ ପାଇଛି। ଦୀପିକା ତାଙ୍କ ମ୍ୟାନେଜର କରିଶ୍ମାଙ୍କୁ ମାଲ୍ ଅଛି କି ନାହିଁ ବୋଲି ଚାର୍ଟରେ ପଚାରିଛନ୍ତି ଏବଂ ଗଞ୍ଜେଇ ନୁହେଁ ଡ୍ରଗ୍ସ ଅଛି କି ନାହିଁ ବୋଲି ପଚାରିଥିବା ଜଣାପଡିଛି।
ସୂଚନାଯୋଗ୍ୟ ଯେ, ଡ୍ରଗ୍ସ ମାମଲାରେ ଏନସିବି ଏବେ ସୁଦ୍ଧା ୧୨ରୁ ଅଧିକ ଜଣଙ୍କୁ ଗିରଫ କରିସାରିଛି । ଗିରଫଙ୍କ ମଧ୍ୟରେ ରିୟା ଚକ୍ରବର୍ତୀ ଓ ତାଙ୍କ ଭାଇ ଷୌଭିକ ମଧ୍ୟ ସାମିଲ ଅଛନ୍ତି ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories