www.samajalive.in
Wednesday, December 10, 2025
23.1 C
Bhubaneswar

ବାର ଅନୁଯାୟୀ ଖାଦ୍ୟରେ ସାମିଲ କରନ୍ତୁ ଫଳ , ପନିପରିବା ; ମିଳିବ ଶୁଭଫଳ

ଜ୍ୟୋତିଷ ଶାସ୍ତ୍ରରେ ଫଳ ଖାଇବା ସହ ଜଡ଼ିତ କିଛି ନିୟମ ରହିଛି। ଶାସ୍ତ୍ରରେ ଖାଦ୍ୟ ଖାଇବାର ଅଭ୍ୟାସ , ସାପ୍ତାହିକ ଭୋଜନ ବିଷୟରେ ବର୍ଣ୍ଣନା କରାଯାଇଛି। ସଭିଁଙ୍କ ଭୋଜନର ଅଭ୍ୟାସ ପାଇଁ କିଛି ନିୟମ ରହିଛି।ଜାଣନ୍ତୁ ବାର ଅନୁଯାୟୀ ଖାଦ୍ୟରେ ସାମିଲ କରନ୍ତୁ ଏହି ଫଳ , ପନିପରିବା ମିଳିବ ଶୁଭଫଳ ….
ରବିବାର – ରବିବାର ସୂର୍ଯ୍ୟଙ୍କୁ ସମର୍ପିତ। ସୂର୍ଯ୍ୟଦେବତାଙ୍କୁ ଲାଲ ରଙ୍ଗର ଜିନିଷ ଅଧିକ ପ୍ରିୟ। ତେଣୁ ଏହି ଦିନ ଆପଣ ଭୋଜନରେ ଲାଲରଙ୍ଗର ଫଳ, ପନିବରିବା, ଡ଼ାଲି ଆଦି ସାମିଲ କରନ୍ତୁ। ଯେପରି ଫଳରେ ସେଓ, ଡ଼ାଳିମ୍ବ, ପନିପରିବାରେ ଟମାଟୋ, ଗାଜର, ବିଟ୍‍ , ଡ଼ାଲିରେ ମସୁର, ରାଜମା ଆଦି। ଏସବୁ ଚେଷ୍ଟା ଅନୁଯାୟୀ ସକାଳ ଓ ଖରାବେଳର ଭୋଜନରେ ହିଁ ସାମିଲ କରନ୍ତୁ।
ସୋମବାର – ସୋମବାରକୁ ଚନ୍ଦ୍ରମାଙ୍କ ଦିନ ବୋଲି କୁହାଯାଏ। ଏହିଦିନ ଧଳା ରଙ୍ଗର ଜିନିଷ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଯେପରି ଫଳରେ କଦଳୀ, ଅଙ୍ଗୁର, ପରିବାରେ ଆଳୁ, ଫୁଲକୋବି, ଭାତ, ଦହି ଖିରି, ବିରି ଡ଼ାଲି ଇତ୍ୟାଦି।
ମଙ୍ଗଳବାର – ମଙ୍ଗଳବାର ମଧ୍ୟ ରବିବାର ବାର ଭଳି ଲାଲ ରଙ୍ଗର ଫଳ ଓ ପନିପରିବା ସେବନ କରନ୍ତୁ।
ବୁଧବାର – ଏହି ଦିନ ଫଳ ଓ ପନିପରିବାରେ ସବୁଜ ରଙ୍ଗର ଅଧିକ ପ୍ରୟୋଗ କରନ୍ତୁ। ଲାଉ , ଭେଣ୍ଢି, କାକୁଡ଼ି, ପଣସ, ପିଜୁଳି, ମୌସମୀ, ତରଭୂଜ ଏହାସହ ମୁଗଡ଼ାଲି ମଧ୍ୟ ଖାଇପାରିବେ।
ଗୁରୁବାର – ଏହି ଦିନ ଅଧିକାଂଶ ହଳଦିଆ ରଙ୍ଗର ଫଳ ଓ ପନିପରିବାର ବ୍ୟବହାର କରନ୍ତୁ। ଫଳରେ କମଳା, କଦଳୀ, ପାଚିଲା ଅମୃତଭଣ୍ଡା, ଏହାସହ ଡ଼ାଲି ରେ ବୁଟ ଡ଼ାଲି, ଖେଚେଡ଼ି ଆଦି ସାମିଲ କରନ୍ତୁ।
ଶୁକ୍ରବାର – ଏହି ଦିନ ଧଳା ରଙ୍ଗ ଫଳ ଓ ପନିପରିବାର ଖାଦ୍ୟରେ ସାମିଲ କରନ୍ତୁ। ଯେପରି ଖିରି, ଭାତ, କୋବି, ପନୀର, ବିରି ଡ଼ାଲି ଆଦି।
ଶନିବାର – ଏହିବାରରେ କଳା ଅଥବା ନୀଳ ରଙ୍ଗର ଫଳ ଓ ପନିପରିବାର ଅଧିକ ପ୍ରୟୋଗ କରନ୍ତୁ। ଯେପରି ବାଇଗଣ, କଳା ବିରି ଡ଼ାଲି, ଚଣା ଡ଼ାଲି ଆଦିର ବ୍ୟବହାର କରନ୍ତୁ।

 

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories