www.samajalive.in
Saturday, December 13, 2025
26.1 C
Bhubaneswar

୧୨୪ ବର୍ଷ ପରେ ହିମାଳୟରେ ଦେଖାଯାଇଛି ଏହି ଦୁର୍ଲ୍ଲଭ ପ୍ରଜାତିର ଫୁଲ

ଆପଣଙ୍କ ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗିପାରେ ଯେ ହିମାଳୟର ଅନ୍ତର୍ଗତ ଜଙ୍ଗଲରେ ୧୨୪ ବର୍ଷ ପରେ ଏକ ଦୁର୍ଲ୍ଲଭ ପ୍ରଜାତିର ଫୁଲ ଦେଖିବାକୁ ମିଳିଛି। ବୈଜ୍ଞାନିକ ମାନେ ଏହି ଫୁଲକୁ ଲିପାରିସ୍‍ ପାଇଗମା (Liparis Pygmaea) ଭାବେ ଚିହ୍ନଟ କରିଛନ୍ତି। ସିକିମ ଓ ପଶ୍ଚିମବଙ୍ଗରେ ଏହି ଫୁଲ ୧୦୦ ବର୍ଷରୁ ପୂର୍ବରୁ ଦେଖାଯାଇଥିଲା ବୋଲି କୁହାଯାଉଛି। ଏବେ ଏହା ପଶ୍ଚିମ ହିମାଳୟ କ୍ଷେତ୍ର ଉତ୍ତରାଖଣ୍ଡରେ ଚମୋଲୀ ଜିଲାରେ ଏହି ଫୁଲ ଦେଖାଯାଇଛି। ୨ ମାସ ପୂର୍ବରୁ ମଧ୍ୟ କିଛି ବନ ଅଧିକାରୀ ଏହି ଫୁଲକୁ ଦେଖିଥିଲେ।
ଭାରତୀୟ ଉଦ୍ଭିଦ ସର୍ବେକ୍ଷଣ ସଂସ୍ଥାନର ଉଦ୍ଭିଦ ବିଶେଷଜ୍ଞମାନେ ଏହି ଫୁଲ ବିଷୟରେ ଅଧ୍ୟୟନ କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ରିପୋର୍ଟ ଅନୁଯାୟୀ ଏହି ଫୁଲର ପ୍ରାୟ ୩୨୦ ପ୍ରଜାତି ରହିଥିବା ସହ ସେମାନଙ୍କ ମଧ୍ୟରୁ ପ୍ରାୟ ୪୮ ପ୍ରଜାତି ଭାରତରେ ରହିଛି। ସେମାନଙ୍କ ମଧ୍ୟରୁ ୧୦ ପ୍ରଜାତି ପଶ୍ଚିମ ହିମାଳୟ କ୍ଷେତ୍ରରେ ଏଯାବତ ମିଳିସାରିଛି।
ଚମୋଲୀ ଜିଲାରେ ପ୍ରାୟ ୩୮୦୦ ମିଟର ଉଚ୍ଚରେ ସ୍ଥିତ ସପ୍ତକୁଣ୍ଡରେ ଏହି ଅଦ୍ଭୁତ ଓ ଦୁର୍ଲ୍ଲଭ ଫୁଲ ଦେଖାଦେଇଛି। ଏହାପୂର୍ବରୁ କେବେ ମଧ୍ୟ ଏହି ଫୁଲ ଏଠାରେ ଦେଖାଦେଇ ନାହିଁ। ବନ୍ୟ ଅଧିକାରୀଙ୍କ ମତରେ ଉତ୍ତରାଖଣ୍ଡ ବନ ବିଭାଗରର କିଛି ଅଧିକାରୀ ଗତ ଜୁନ ମାସରେ ମଧ୍ୟ ଏହି ଫୁଲ ଫୁଟିଥିବାର ଦେଖିଥିଲେ। ଏହି ଫୁଲ ଫୁଟିବା ପରେ ଏହାକୁ ପୁଣେ ସ୍ଥିତ ବଟନିକାଲ ସର୍ଭେକୁ ଚିହ୍ନଟ ପାଇଁ ପଠାଯାଇଥିଲା। ସେଠାରେ ହିଁ ଏହି ଫୁଲର ବିଷୟରେ ଜଣାପଡ଼ିଥିଲା।
ବିଶେଷଜ୍ଞଙ୍କ ମତରେ ଏହି ଦୁର୍ଲ୍ଲଭ ପ୍ରଜାତିର ଫୁଲ ଜୁନ ମାସରେ ୫ ସେଣ୍ଟିମିଟର ପର୍ଯ୍ୟନ୍ତ ଫୁଟିଥାଏ। ଏହାସହ ଏହି ଫୁଲ ପ୍ରାୟ ୧୨୪ ବର୍ଷ ପରେ ଫୁଟିଛି।
ଏହାସହ ସେ କହିଛନ୍ତି, ଏହି ଫୁଲର ପ୍ରାୟ ୧୨୫୦ରୁ ୨୫୦ ପ୍ରଜାତି ଉତ୍ତରାଖଣ୍ଡର ପାହାଡ଼ରେ ମିଳିଥାଏ। ଏହାମଧ୍ୟ ୩୧୦୦ ରୁ ୩୯୦୦ ମିଟର ଉଚ୍ଚତା ବିଶିଷ୍ଟ ସ୍ଥାନରେଏହି ଫୁଲ ଦେଖାଯାଇଥାଏ। ଏହି ଫୁଲର ବର୍ତ୍ତମାନ ୩ ପ୍ରଜାତିର ଚିହ୍ନଟ କରାଯାଇଛି।
ଏହାସହ ବିଶେଷଜ୍ଞଙ୍କ ମତରେ ଏହି ଫୁଲ ସିକିମରେ ୧୮୭୭ ଓ ୧୮୯୨ରେ ଦେଖାଯାଇଥିଲା। ଏହାପରେ ୧୮୯୬ରେ ପଶ୍ଚିମବଙ୍ଗରରେ ଦେଖାଯାଇଥିଲା। ତାଙ୍କ ମତରେ ବହୁ ବର୍ଷ ପରେ ଏହି ଫୁଲ ଦେଖାଯାଇଛି।

 

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories