ବୌଦ୍ଧ: ସୋମବାର ବିଳମ୍ବିତ ରାତିରେ ବକ୍ଷଉଁଶୁଣି ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ବହିରା ଗ୍ରାମ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୨ ଘଣ୍ଟା ସମୟରେ ବକ୍ଷଉଁଶୁଣି ଥାନା ପୁଲିସ୍ ପାଟ୍ରୋଲିଂ କରୁଥିବା ପୁରୁଣା ବହିରା କେନାଲ ନିକଟରେ କିଛି ଲୋକ ବସ୍ତାରେ ଗଞ୍ଜେଇ ବୋହି ଆଣୁଥିଲେ। ପୁଲିସ ଗାଡ଼ି ଆସୁଥିବା ଦେଖି ସେମାନେ ବସ୍ତା ଗୁଡିକ ଫୋପାଡି ଦଉଡ଼ି ପଳାଇଥିଲେ। ପୁଲିସ ବସ୍ତା ଗୁଡିକୁ ଯାଞ୍ଚ କରିବା ପରେ ଗଞ୍ଜେଇ ଥିବା ଜାଣିପାରିଥିଲା। ପରେ ୪ ଟି ବସ୍ତାରେ ଥିବା ଗଞ୍ଜେଇକୁ ଅଣାଯାଇ ଓଜନ କରାଯାଇଥିଲା। ଯାହାର ଓଜନ ୭୨ କେଜି ୨୦୦ ଗ୍ରାମ୍ ହୋଇଥିଲା । ଏ ନେଇ ବକ୍ଷଉଁଶୁଣି ଥାନାରେ କେସ ନଂ ୯୭/୨୦୨୦ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇ. ଆଇ. ସି. ରାମ ସୁବ୍ରମଣିୟମ ପ୍ରଧାନ ସୂଚନା ଦେଇଛନ୍ତି ।



