www.samajalive.in
Monday, December 8, 2025
24.1 C
Bhubaneswar

ନିଜ ଖାଦ୍ୟରେ ନିଶ୍ଚୟ ସାମିଲ କରନ୍ତୁ ଏହି ପରିବା ଓ ଫଳ

ଲାଲ ରଙ୍ଗର ପ୍ରତ୍ୟେକ ପନିପରିବା ଓ ଫଳରେ ବହୁ ପ୍ରକାରର ଭିଟାମିନ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ବହୁ ରୋଗରୁ ରକ୍ଷା ମିଳିଥାଏ।  ଲାଲ ରଙ୍ଗର ପରିବା ଓ ଫଳରେ ମଧ୍ୟ ବହୁ ପ୍ରକାରର ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ହୃଦୟ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ। ଜାଣନ୍ତୁ ସେଭଳି ପନିପରିବା ଓ ଫଳ ବିଷୟରେ……
ଲାଲ ଗାଜର –
ଏଥିରେ ପୋଟାସିୟମ, ଜିଙ୍କ୍‍ , ଫସଫରସ, ଲାଇକୋପିନ, ମାଙ୍ଗାନିଜ , କୋପର , ଆଇରନ, କ୍ୟାଲସିୟମ, ଅନ୍ୟ ବହୁ ପ୍ରକାରର ଭିଟାମିନ ରହିଛି । ଏହା ଶରୀର ପାଇଁ ଖୁବ ଲାଭଦାୟକ ଅଟେ।
ଡ଼ାଳିମ୍ବ –
ଏଥିରେ ଫାଇବର , ପ୍ରୋଟିନ , ଭିଟାମିନ ସି, ଭିଟାମିନ କେ ଆଦି ବହୁ ପରିମାଣରେ ରହିଛି। ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ଅଧିକ ହେବା ସହ ହୃଦୟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ଲାଲ ପିଆଜ –
ଏହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲର ସ୍ତର କମିଥାଏ, ଯକୃତ ପାଇଁ ଏହା ଖୁବ ଲାଭଦାୟକ ଅଟେ। ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ।
ବିଟ୍‍ –
ବିଟ୍‍ରେ ବହୁ ପରିମାଣରେ ପୋଟାସିୟମ, ଫାଇବର, ଭିଟାମିନ ସି, ଭିଟାମିନ ଏ, ନାଇଟ୍ରେଟ ଅଧିକ ପରିମାଣରେ ଥାଏ। ବିଟ୍‍ କିମ୍ବା ଏହାର ଜୁସ୍‍କୁ ପିଇବା ଦ୍ୱାରା ରକ୍ତଚାପକୁ ନିୟନ୍ତ୍ରଣ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
ଟମାଟୋ –
ଏଥିରେ ଭିଟାମିନ ସି, ଲାଇକୋପିନ , ପୋଟାସିୟମ ଅଧିକ ମାତ୍ରାରେ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗରୁ ରକ୍ଷା କରିଥାଏ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories