www.samajalive.in
Saturday, December 13, 2025
26.1 C
Bhubaneswar

ବଲିଉଡରେ ପୁଣି ବିବାଦ : ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ପାୟଲ ଘୋଷ

ମୁମ୍ବଇ : ବିବାଦ ବଲିଉଡର ପିଛା ଛାଡୁନାହିଁ ।  କଙ୍ଗନା ଉପାଖ୍ୟାନର ଅନ୍ତ ଘଟି ନ ଥିବା ବେଳେ,  ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ପାୟଲ ଗତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟ କରି ନ୍ୟାୟ ପାଇଁ ନିବେଦନ କରିଛନ୍ତି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସହ ଆଲୋଚନା ସମୟରେ ରବିବାର ସକାଳେ ପାୟଲ ଘୋଷ ପୁଣି ଥରେ କହିଛନ୍ତି ଯେ, ଅନୁରାଗ କାଶ୍ୟପ ତାଙ୍କ ସହ ଅସଦାଚରଣ କରିଛନ୍ତି।

ପାୟଲ କହିଛନ୍ତି ଯେ ‘ମୁଁ ମୋର ମ୍ୟାନେଜରଙ୍କ ସହ ପ୍ରଥମେ ଅନୁରାଗ କାଶ୍ୟପଙ୍କୁ ଭେଟିଥିଲି। ତା’ପରେ ତାଙ୍କ ଘରକୁ ଯାଇ ସାକ୍ଷାତ କରିଥିଲି। ସେ ମୋ ସହିତ ପ୍ରଥମେ ବହୁତ ଭଲ ବ୍ୟବହାର କରିଥିଲେ । ତାଙ୍କ ବ୍ୟବହାରରେ ମୁଁ ବହୁତ ଖୁସି ହୋଇଥିଲି। ତେବେ ପରଦିନ ଯେତେବେଳେ ସେ ତାଙ୍କ ଘରକୁ ଡାକିଲେ, ତାଙ୍କ ବ୍ୟବହାର ବଦଳି ଯାଇଥିଲା, ସେ ମୋ ସହିତ ଖରାପ ଆଚରଣ ପ୍ରଦର୍ଶନ କରିଥିଲେ। ମୁଁ ସେହି ବିଷୟରେ ମିଡିଆରେ କହିଛି।

- Advertisement -
Photo : instagram/iampayalghosh

ପାୟଲ ଆହୁରି କହିଛନ୍ତି ଯେ, ମୁଁ ସେଠାରେ ଅସହଜ ମନେ କରିଥିଲି। ଯାହା ବି ଘଟିଲା, ମୁଁ ଖରାପ ଅନୁଭବ କଲି ଏବଂ ଏହା ହେବା ଉଚିତ ନୁହେଁ କାରଣ ମୁଁ ସେମାନଙ୍କ ସହ କାମ କରୁନାହିଁ, କିମ୍ବା ସେମାନଙ୍କ ସହିତ ମୋର କୌଣସି ପରିଚୟ ନାହିଁ ଅବା ଆମେ ବନ୍ଧୁ ନୁହେଁ। ମୁଁ ତାଙ୍କୁ ଭେଟିଲି। ଯଦି କେହି ଆପଣଙ୍କ ପାଖକୁ କାମ ପାଇଁ ଆସିଛନ୍ତି, ଏହାର ଅର୍ଥ ନୁହେଁ ଯେ ସମସ୍ତେ ସେହି ସବୁ କଥା ପାଇଁ ପ୍ରସ୍ତୁତ ହୋଇଯିବେ।  ମୁଁ ସେଠାରେ ଅସହଜ ଅନୁଭବ କଲି। ‘

ପାୟଲଙ୍କ ଅଭିଯୋଗ ପରେ ଜାତୀୟ ମହିଳା ଆୟୋଗର ଏହି ଘଟଣା ସଂପର୍କରେ ଅବଗତ ହୋଇଛନ୍ତି। ଜାତୀୟ ମହିଳା ଆୟୋଗର ଅଧ୍ୟକ୍ଷ କହିଛନ୍ତି ଯେ ‘ମୁଁ ଗତକାଲି ରାତିରେ ପାୟଲ ଘୋଷଙ୍କ ଟ୍ୱିଟ ଦେଖିଛି। ଅନୁରାଗ କାଶ୍ୟପ ୨୦୧୫ରେ ତାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ କରିଛନ୍ତି । ସେ ପ୍ରଥମେ ମୋତେ ଅଭିଯୋଗ ପଠାଇବା ଉଚିତ ଏବଂ ତା’ପରେ ଆମେ ଏହି ଘଟଣା ଉପରେ ଦୃଷ୍ଟି ଦେବୁ ବୋଲି ଉତ୍ତରରେ ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା କହିଛନ୍ତି।

ତେବେ ଅନୁରାଗ କାଶ୍ୟପ, ପାୟଲଙ୍କ ଅଭିଯୋଗକୁ ନେଇ ଅନେକ ଟ୍ୱିଟ କରି ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି, ‘ କ’ଣ ହେଲା, ମୋତେ ଚୁପ୍ କରିବାକୁ ପ୍ରୟାସ କରିବାରେ ଏତେ ସମୟ ଲାଗିଲା। ଆସ, କେହି ନୁହେଁ । ମୋତେ ଚୁପ୍ କରିବା ପାଇଁ ସେ ଏତେ ମିଛ କହିଲ ଯେ ଜଣେ ମହିଳା ଭାବେ ଅନ୍ୟ ମହିଳାମାନଙ୍କୁ ଏହା ମଧ୍ୟକୁ ଟାଣି ଆଣିଲ। ଟିକେ ମର୍ଯ୍ୟାଦା ରକ୍ଷା କରନ୍ତୁ, ମ୍ୟାଡାମ୍ । କେବଳ କୁହ ଯେ ତୁମର ସମସ୍ତ ଅଭିଯୋଗ ଭିତ୍ତିହୀନ। ’

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories