www.samajalive.in
Saturday, December 13, 2025
14.1 C
Bhubaneswar

ସେବା ସପ୍ତାହ ଅବସରରେ ବିଜେପି ପକ୍ଷରୁ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ପ୍ରଦାନ

ଦେବଗଡ଼: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଉପଲକ୍ଷେ ସେପ୍ଟେମ୍ବର ୧୪ ତାରିଖଠାରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି। ଏହି ସପ୍ତାହର ଷଷ୍ଠ ଦିବସରେ ଆଜି ବିଜେପି ପକ୍ଷରୁ ରିଆମାଳ ବ୍ଲକର ଟିଙ୍କବୀର ଓ କଦୋପଡାର ଦଇ ଜଣ ଦିବ୍ୟାଙ୍ଗଙ୍କୁ ତିନିଚକିଆ ସାଇକେଲ(ଟ୍ରାଇ ସାଇକେଲ) ପ୍ରଦାନ କରାଯାଇଥିଲା। ଏଥିସହ ଛତାବର ଡାକ୍ତରଖାନାରେ ଚିକିତ୍ସାଧିନ ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ସମ୍ପର୍କୀୟା ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଶନିବାର ଦେବଗଡ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ସଦଳବଳେ ରିଆମାଳ ବ୍ଲକର ଟିଙ୍କବୀର ଗ୍ରାମକୁ ଯାଇ ଉକ୍ତ ଗ୍ରାମର ଦିବ୍ୟାଙ୍ଗ ସନ୍ତୋଷ ସାହୁଙ୍କୁ ଏକ ତିନିଚକିଆ ସାଇକେଲ ପ୍ରଦାନ କରିଥିଲେ। ଏଥିସହ ଛତାବର ଡାକ୍ତରଖାନାକୁ ଯାଇ ସେଠାରେ ଚିକିତ୍ସାଧିନ ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ସମ୍ପର୍କୀୟା ମାନଙ୍କୁ ଫଳ ବଣ୍ଟନ କରିଥିଲେ। ଅନୁରୂପ ଭାବେ ରିଆମାଳ ସ୍ଥିତ ଦୁର୍ଗା ମଣ୍ଡପ ଠାରେ ମଳେହିପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଦୋପଡା ଗ୍ରାମର ଦିବ୍ୟାଙ୍ଗ ରାମ ନାଗଙ୍କୁ ମଧ୍ୟ ତିନିଚକିଆ ସାଇକେଲ ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପାଣୀଗ୍ରାହୀଙ୍କ ସହ ଜିଲା ବିଜେପି ସାଧାରଣ ସମ୍ପାଦକ ନିରଞ୍ଜନ ବେହେରା ଓ ଭାରତ ଭୂଷଣ ପ୍ରଧାନ,ବିଧାୟକଙ୍କ ରିଆମାଳ ବ୍ଲକ ପ୍ରତିନିଧି ଶରତ କୁମାର ସାହୁ , ମଣ୍ଡଳ ବିଜେପି ସଭାପତି ସଞ୍ଜୀବ କୁମାର ବେହେରା,ଜିଲା ବିପେି ଉପ ସଭାପତି ସମୀର ସାହୁ, ଅମୁଲ୍ୟ କୁମାର ସାହୁ, ମଳେହିପଡା ପଞ୍ଚାୟତର ସମିତି ସଦସ୍ୟ ଅମୁଲ୍ୟ ପ୍ରଧାନ,ଗୋହୀରା ପାଣି ପଞ୍ଚାୟତର ସଭାପତି ପର୍ଶୁରାମ ଗଡନାୟକ, ମଣ୍ଡଳ ସାଧାରଣ ସମ୍ପାଦକ ନରେଶ ନାଥ, ଭୀମସେନ ସାହୁ, ବିରେନ କୁମାର ପ୍ରଧାନ, ବାବୁଲି ନାୟକ ଓ ବିଜେପି କୃଷକ ମୋର୍ଚ୍ଚା ମଣ୍ଡଳ ସଭାପତି ରାକେଶ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories