www.samajalive.in
Monday, December 8, 2025
27.1 C
Bhubaneswar

ଜାମ୍ମୁ କାଶ୍ମୀର ପାଇଁ ଅର୍ଥନୈତିକ ପ୍ୟାକେଜ୍ : ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍-ଜଳ ବିଲରେ ୫୦ ପ୍ରତିଶତ ଛାଡ

ଶ୍ରୀନଗର : ଜାମ୍ମୁ କାଶ୍ମୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗେଇ ନେଇ ଶନିବାର ରାଜ୍ୟ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଆର୍ଥିକ ସମସ୍ୟା ଭୋଗୁଥିବା ରାଜ୍ୟର ବ୍ୟବସାୟୀଙ୍କ ପାଇଁ ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରି ମୁଁ ଖୁସି ବୋଲି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶନିବାର କହିଛନ୍ତି। ବ୍ୟବସାୟୀମାନଙ୍କ କାରବାରକୁ ସୁଗମ କରିବା ପାଇଁ ଏହା ଆତ୍ମନିର୍ଭର ଭାରତର ଏବଂ ଆମେ ନେଇଥିବା ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରୁ ଅନ୍ୟତମ ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍-ଜଳ ବିଲ୍ ଉପରେ ୫୦ ପ୍ରତିଶତ ଛାଡ ନେଇ ଉପରାଜ୍ୟପାଳ ମଧ୍ୟ ଘୋଷଣା କରିଛନ୍ତି। ସେ କହିଛନ୍ତି, ‘ଗୋଟିଏ ବର୍ଷ ପାଇଁ ବିଦ୍ୟୁତ୍ ଏବଂ ଜଳ ବିଲରେ୫୦ ପ୍ରତିଶତ ରିଆତି ଦିଆଯିବ। ଋଣ ନେଇଥିବା ସମସ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଷ୍ଟାମ୍ପ ଡ୍ୟୁଟିରେ ଛାଡକୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଭଲ ମୂଲ୍ୟ ନିର୍ଦ୍ଧାରଣ ପରିଶୋଧ ବିକଳ୍ପ ସହିତ ପର୍ଯ୍ୟଟନ କ୍ଷେତ୍ରର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଜାମ୍ମୁ କାଶ୍ମୀର ବ୍ୟାଙ୍କ ଦ୍ୱାରା ଏକ କଷ୍ଟମ୍ ସ୍ୱାସ୍ଥ୍ୟ-ପର୍ଯ୍ୟଟନ ଯୋଜନା ସ୍ଥାପନ କରାଯିବ।

- Advertisement -

ଶ୍ରୀ ସିହ୍ନା କହିଛନ୍ତି, ‘ଚଳିତ ଆର୍ଥିକ ବର୍ଷରେ ୬ ମାସ ପର୍ଯ୍ୟନ୍ତ କୌଣସି ସର୍ତ୍ତ ବିନା ବ୍ୟବସାୟୀ ସମ୍ପ୍ରଦାୟର ପ୍ରତ୍ୟେକ ଋଣନେଇଥିବାଙ୍କୁ ପାଞ୍ଚ ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନେଇଛୁ। ଏହା ସେମାନଙ୍କ ପାଇଁ  ଏକ ବଡ଼ ଆସ୍ବସ୍ତିକର ଖବର ହେବ ଏବଂ ଏଠାରେ ରୋଜଗାର ସୃଷ୍ଟି କରିବାରେ ସାହାଯ୍ୟ କରିବ।

ହସ୍ତତନ୍ତ ଏବଂ ହସ୍ତ ଶିଳ୍ପରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସାତ ପ୍ରତିଶତ ସବଭେନସନ୍ ଅନୁଦାନ ଘୋଷଣା କରି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଶ୍ରୀ ସିହ୍ନା କହିଛନ୍ତି, ‘କ୍ରେଡିଟ୍ କାର୍ଡ ଯୋଜନା ଅନୁଯାୟୀ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଶିଳ୍ପରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଆମେ ସର୍ବାଧିକ ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ  ନିଷ୍ପତ୍ତି ନେଇଛୁ। ସେମାନଙ୍କୁ ପାଞ୍ଚ ପ୍ରତିଶତ ସୁଧ ସବଭେନ୍ସନ୍ (ଆର୍ଥିକ ସହାୟତା) ମଧ୍ୟ ଦିଆଯିବ।

ଏହି ଯୋଜନାରେ ପ୍ରାୟ ୯୫୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଚଳିତ ଆର୍ଥିକ ବର୍ଷରେ ଆସନ୍ତା ୬ ମାସ ପାଇଁ ଉପଲବ୍ଧ ହେବ। ଅକ୍ଟୋବର ୧ ରୁ ଜାମ୍ମୁ କାଶ୍ମୀର ବ୍ୟାଙ୍କ ଯୁବକ ଏବଂ ମହିଳା ଉଦ୍ୟୋଗ ପାଇଁ ଏକ ସ୍ୱତନ୍ତ୍ର ଡେସ୍କ ଆରମ୍ଭ କରିବ। ଯେଉଁଥିରେ ଯୁବକ ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ପରାମର୍ଶ ଦିଆଯିବ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories