www.samajalive.in
Monday, December 8, 2025
27.1 C
Bhubaneswar

ଆପଣଙ୍କ ଏହି ଅଭ୍ୟାସ ଦେଇଥାଏ ଶୁଭଫଳ

ଏଭଳି କିଛି ସରଳ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ୱାରା ଗ୍ରହର ସ୍ଥିତି ସଠିକ ରହିବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ସେଭଳି କିଛି ସରଳ ଉପାୟ ବିଷୟରେ…..
୧- ସକାଳୁ ଉଠିବା ମାତ୍ରେ ପ୍ରତିଦିନ ପିତା-ମାତା, ଘରର ଗୁରୁଜନଙ୍କୁ ପ୍ରଣାମ କରନ୍ତୁ। ଏହା ଦ୍ୱାରା ସର୍ବଦା ସଫଳତା ପ୍ରାପ୍ତି ହୋଇଥାଏ।
୨- ପ୍ରତିଦିନ ଗାଈଙ୍କୁ ରୁଟି ଓ ଗୁଡ଼ ଖାଇବାକୁ ଦିଅନ୍ତୁ।
୩- ନିୟମିତ କୁକୁରଙ୍କୁ ରୁଟି ଓ ପକ୍ଷୀଙ୍କୁ ଦାନା ଦିଅନ୍ତୁ।
୪- ଘରର ନିକଟରେ ପୋଖରୀ ଥିଲେ କଇଁଛ, ମାଛ ଆଦିକୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ।
୫- ପକ୍ଷୀମାନଙ୍କ ପାଇଁ ଛାତରେ ଏକ ପାତ୍ରରେ ପାଣି ନିଶ୍ଚୟ ରଖନ୍ତୁ।
୬- ଘରକୁ ଆସୁଥିବା ଅତିଥି ସେବା ଭଲ ମନରେ କରନ୍ତୁ।
୭- ଭୋଜନ ପ୍ରସ୍ତୁତ କରିବା ପରେ ସେଥିରୁ କିଛି ଅଳ୍ପ ଅଗ୍ନିଦେବତାଙ୍କୁ ଅର୍ପଣ କରନ୍ତୁ। ଏହାଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହେବା ସହ ଘରେ ଅନ୍ନର ଅଭାବ ହୋଇନଥାଏ।
୮- ପ୍ରତିଦିନ ସ୍ନାନରେ ପରେ ଘରେ ଭଗବାନଙ୍କୁ ପ୍ରଣାମ କରିବା ସହ ୧୦୮ ଥର ଓଁ ନମଃ ଶିବାୟ ଜପ କରନ୍ତୁ।
୯- ଏହାସହ ସ୍ନାନ କରିବା ପରେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଓ ଲାଲ ଫୁଲ ଅର୍ପଣ କରିବା ସହ ପ୍ରଣାମ କରନ୍ତୁ।
୧୦- ପ୍ରତ୍ୟେକ ଶନିବାର ଅଶ୍ୱତ୍ଥ ବୃକ୍ଷ ନିକଟରେ ଜଳ, ଖିର ଅର୍ପଣ କରି ୭ ଥର ପରିକ୍ରମା କରନ୍ତୁ। ଏହା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
୧୧- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
୧୨- ଜୀବଜନ୍ତୁଙ୍କ ପ୍ରତି ଦୟା ମନୋଭାବ ରଖନ୍ତୁ।
୧୩- ରବିବାର ଓ ମଙ୍ଗଳବାର କାହା ଠାରୁ କରଜ ଆଣନ୍ତୁ ନାହିଁ।
୧୭- ଘରେ ପ୍ରସ୍ତୁତ ହୋଇଥିବା ପ୍ରଥମ ରୁଟି ଗାଈଙ୍କୁ ଓ ଶେଷ ରୁଟି କୁକୁରଙ୍କୁ ଦିଅନ୍ତୁ।
୧୮- ନିୟମିତ ଗାୟନ୍ତ୍ରୀ ମନ୍ତ୍ରର ଜପ କରନ୍ତୁ। ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
୧୯ – ଗୁରୁବାର ନଖ କାଟନ୍ତୁ ନାହିଁ।
୨୦ – ଘରେ ଅଦରକାରୀ ଜିନିଷ ରଖନ୍ତୁ ନାହିଁ।

 

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories