ଭୁବନେଶ୍ୱର : କୋଭିଡ଼ ଗାଇଡ଼ଲାଇନ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କମିଶନରେଟ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଟ୍ୱିନ ସିଟିରେ କୋଭିଡ଼ ପରିଚାଳନାରେ କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ଅସନ୍ତୋଷ ପରେ ନିୟମକୁ ଅଧିକ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି।
ଦୋକାନରେ କୋଭିଡ଼ ନିୟମ ପାଳନ ନକରୁଥିବା , ସାମାଜିକ ଦୂରତ୍ୱକୁ ପାଳନ କରୁ ନଥିବା ଗ୍ରାହକ ଓ ଦୋକାନୀଙ୍କୁ ତାଗିଦ କରିବା ସହ ଫାଇନ ଆଦାୟ କରାଯାଉଛି। ରାଜଧାନୀରେ କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଗତ ୨୪ ଘଣ୍ଟାରେ ୨୮୩୩ ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି। ଏହାସହ ରାଜଧାନୀର ୪୧ଟି ଦୋକାନକୁ ପୁଲିସ ସିଲ୍ କରିଛି ବୋଲି ଜଣାପଡ଼ିଛି।
ରାଜଧାନୀରେ ୨୮୩୩ ଜଣ କୋଭିଡ଼ ଗାଇଡ଼ଲାଇନ ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରିମାନା ଆଦାୟ
Popular Categories



