www.samajalive.in
Saturday, December 13, 2025
26.1 C
Bhubaneswar

ନନ୍ଦନକାନନରେ ବନ୍ଦ ସଫାରୀ ଚାଲିଲା

ନନ୍ଦନକାନନ :  ୭ ମାସ ଧରି ବନ୍ଦ ଥିବା ବାଘ, ସିଂହ, ତୃଣଭୋଜି ସଫାରୀକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି। ନୂତନ ଠିକାଦାରଙ୍କ ଦ୍ୱାରା ସଫାରୀ ବୁଲିବା ପାଇଁ ୪ଟି ବସ୍‌ର ବ୍ୟବସ୍ଥା ହୋଇଛି। ଏହାକୁ ସାଂସଦ ପ୍ରସନ୍ନ ପାଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଫିତାକାଟି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଏହି ବାଘ ସଫାରୀରେ କଳାବାଘ କ୍ରିଷ୍ଣା ଓ ନାଲିବାଘ ଶୁଭ୍ରାଂଶୁ, ସିଂହ ସଫାରୀରେ ସୁପ୍ରିୟା, କ୍ରିସ, ତୃଣଭୋଜି ସଫାରୀରେ ହରିଣ, ସମ୍ବର, କୁଟ୍ରା, ଆଦି ତୃଣଭୋଜି ପ୍ରାଣୀ, ଭାଲୁ ସଫାରୀରେ ୪ଟି ଭାଲୁ ଛଡ଼ାଯାଇଛି। ଆଜି ସଫାରୀ ଦେଖିବାକୁ ଯିବା ପାଇଁ ପର୍ଯ୍ୟଟକମାନେ ୬୦ଟଙ୍କା ଦେଇ ଟିକେଟ କାଟିଥିବାର ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ୮୪ଲକ୍ଷ ୩୭୨ହଜାରେ ଟଙ୍କାରେ ସଫାରୀ ଟେଣ୍ଡର ହୋଇଛି। ଅକ୍ଟୋବର ୧ରୁ ସଫାରୀ ପାଇଁ କରାଯାଉଥିବା ନୂଆଷ୍ଟାଣ୍ଡରେ ସଫାରୀ ବସ୍‌ଗୁଡ଼ିକ ଲାଗିବ। ଠିକାଦାର ମାସିକ ୭ଲକ୍ଷ ୩୬ହଜାର ଟଙ୍କା ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ପୈଠ କରିବେ ବୋଲି ଚୁକ୍ତିନାମା ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories