www.samajalive.in
Tuesday, December 9, 2025
23.1 C
Bhubaneswar

ମହଙ୍ଗା ପଡିଲା ଆଦିବାସୀଙ୍କ ଆବାସ ଭଙ୍ଗା

ବଲାଙ୍ଗିର : ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ସାଲେଭଟା ସରପଞ୍ଚଙ୍କୁ ମହଙ୍ଗା ପଡିଲା ଆଦିବାସୀଙ୍କ ଆବାସ ଭାଙ୍ଗିବା। ଜିଲାପାଳ କ୍ଷମତାର ଅପବ୍ୟବହାର ଓ ଦାୟିତ୍ୱ ନିର୍ବାହରେ ବିଶୃଙ୍ଖଳା ଯୋଗୁ ରାଜ୍ୟ ସରକାର ସରପଞ୍ଚ ହେମକାନ୍ତି ମୁଣ୍ଡାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । କିଛି ଦିନ ପୂର୍ବରୁ ସେ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଆଗୁଆ ଜାମିନ ପାଇଛନ୍ତି। ଏହି ଘଟଣାକୁ ପଶ୍ଚିମଓଡିଶା ଆଦିବାସୀ ସଂଘ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ସରପଞ୍ଚଙ୍କ ନିଲମ୍ବନ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ଅଗଷ୍ଟ ୧୧ ତାରିଖରେ ସରପଞ୍ଚ ହେମକାନ୍ତି ମୁଣ୍ଡା, ତାଙ୍କ ସ୍ୱାମୀ ମୋହନ ମୁଣ୍ଡା  ଓ କିଛି ସମର୍ଥକ ଜେସିବି ଲଗାଇ ଗାଈଖାଇ ନିକଟରେ ୬ଜଣ ଦଳିତ ଓ ଆଦିବାସୀ ହିତାଧିକାରୀଙ୍କ ଅଧା ଗଢା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଭାଙ୍ଗିଦେଇଥିଲେ । ଗାଈଖାଇ ଠାରେ ଏହି ହିତାଧିକାରୀମାନେ ଘର ତିଆରି କରୁଥିବା ବେଳେ ଏହା ବେଆଇନ ଦର୍ଶାଇ ନିଜେ ଜିଲାପାଳଙ୍କ କ୍ଷମତା ବଳରେ ଭାଙ୍ଗିଥିବା ବାହାସ୍ଫୋଟ ମାରିଥିଲେ ସରପଞ୍ଚ ଶ୍ରୀମତୀ ମୁଣ୍ଡା। କ୍ଷତିଗ୍ରସ୍ତ ପରିବାର ଓ ଆଦିବାସୀ ସଂଘ ପକ୍ଷରୁ ସରପଞ୍ଚ ସମେତ ୧୦ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ପୁଲିସ ବ୍ୟବହୃତ ଜେସିବି ଜବତ କରି ସରପଞ୍ଚ ଶ୍ରୀମତି ମୁଣ୍ଡା ଓ ତାଙ୍କ ସ୍ୱାମୀଙ୍କୁ ଗିରଫ କରିଥିଲା । ଗିରଫ ପରେ ଘଟଣାକୁ ନେଇ ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ଓ ଆଦିବାସୀ ସଂଘ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ଏହି ପୂର୍ବତନ ସାଂସଦଙ୍କ ପୁଅ ଆକାଶ ମିଶ୍ରଙ୍କ ସଂପୃକ୍ତି ରହିଥିବା ସଂଘ ଅଭିଯୋଗ କରି ତାଙ୍କ ଗିରଫ ଦାବି କରିଥିଲା । କିନ୍ତୁ ଇତିମଧ୍ୟରେ ୮ଜଣ ଫେରାର ଅଭିଯୁକ୍ତ ଆଗୁଆ ଜାମିନ ନେଇ ଆସିଥିବା ଜଣାପଡିଛି। ସରପଞ୍ଚଙ୍କ ଏହିଭଳି ଆଚରଣ ଯୋଗୁ ଆଗଲପୁର ବ୍ଲକ ସରପଞ୍ଚ ସଂଘ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କୁ ପଦବୀରୁ ବହିଷ୍କାର ଦାବି କରିଥିଲା । ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତର ଗାଈଖାଇ ନିକଟରେ ହିତାଧିକାରୀଙ୍କ ଘର ଭାଙ୍ଗିବା ଘଟଣାରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ଘଟଣାରେ ସଂପୃକ୍ତ ଥିବା ସରପଞ୍ଚ ହେମକାନ୍ତି ମୁଣ୍ଡାଙ୍କୁ ପଦବୀରୁ ନିଲମ୍ବିତ କରିଛନ୍ତି । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶକୁ ଶୀଘ୍ର ପାଳନ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏନେଇ ଜିଲା ପଞ୍ଚାୟତ ଅଧିକାର ମଧ୍ୟ ସ୍ପଷ୍ଟ କରିଥିବା ବେଳେ ତାଙ୍କୁ ସରକାର ନିଲମ୍ବିତ କରିଥିବା ଓ ଏସଂପର୍କିତ ଚିଠି ଆଗଲପୁର ବିଡିଓଙ୍କୁ ଦିଆଯାଇଥିବା ସେ କହିଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories