www.samajalive.in
Tuesday, December 9, 2025
23.1 C
Bhubaneswar

୫ ଲୁଟିଆ ଗିରଫ, ୬ ଗାଡ଼ି ଜବତ

ବରଗଡ଼: ଗତ କିଛିଦିନ ହେଲା ବରଗଡ଼ ସହରରେ ଲୁଟ୍‌, ଛିନ୍‌ତାଇ ଘଟଣା ବଢ଼ିଯାଇଛି। ଆଇନଶୃଙ୍ଖଳା ବିଗିଡି ଯାଇଥିବା ଅଭିଯୋଗ କରି ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଗୁରୁତର ସହ ନେଇ ପୁଲିସ ତଦନ୍ତକରି ୫ଜଣ ଲୁଟିଆଙ୍କୁ ଗିରଫ କରି ବହୁ ପରିମାଣରେ ଚୋରି ସାମଗ୍ରୀ ଉଦ୍ଧାର କରିଛି।
ଏନେଇ ବରଗଡ଼ ଏସ୍‌ପି ପଦ୍ମିନୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନାଦେଇ ୫ ଜଣ ଲୁଟିଆଙ୍କୁ ଗିରଫ କରାଯାଇଥିବା କହିଥିଲେ। ସେମାନେ ହେଲେ ବରଗଡ଼ର ମଗଶିର ମହାନନ୍ଦ(୨୨), ରାଜା ହାତୀ ଓରଫ ଗୋଲୁ(୧୯), ପ୍ରଧାନପାଲିର କିଶୋର ମେହେର (୨୦), ରୋହିତ ମେହେର(୨୦) ଏବଂ ବିଜେ ବାଗ (୨୧)।  ସେମାନଙ୍କ ଠାରୁ ୪ଟି ଚାରିଚକିଆ ଗାଡି, ୨ଟି ବାଇକ, ଗୋଟିଏ ସୁନାଚେନ୍‌, ୧୮ଟି ମୋବାଇଲ, ଦୁଇଟି ଛୁରି, ନଗଦ ୪୮୦୦ ଟଙ୍କା ଜବତ କରିଛି ପୁଲିସ।  ଏମାନେ ବରଗଡ଼ ଜାତୀୟ ରାଜପଥ ଉପରେ ବିଭିନ୍ନ ସମୟରେ ଲୁଟ୍‌ତରାଜ କରୁଥିଲେ। ବରଗଡ଼ ସହର ମଧ୍ୟରୁ ଗାଡ଼ିଚୋରି ଓ ଛିନ୍‌ତାଇରେ ମଧ୍ୟ ଏହି ଦଳ ସାମିଲ ଥିଲେ।  ବରଗଡ଼ ସହରରେ ଗତ ସପ୍ତାହରେ ଏକ ଗାଡ଼ିଚୋରିକୁ ନେଇ ପୁଲିସ ପାଖରେ କିଛିତଥ୍ୟ ମିଳିବା ପରେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନକରି ତଦନ୍ତ ଚଳାଇଥିଲା। ଆଜି ଏହି ଗ୍ୟାଙ୍ଗକୁ ଧରିଥିଲା ପୁଲିସ। ଏମାନଙ୍କୁ ପଚରାଉଚୁରା କଲେ ପୂର୍ବରୁ ହୋଇଥିବା ବିଭିନ୍ନ ଚୋରି ଓ ଛିନ୍‌ତାଇ ଘଟଣାର ପର୍ଦାଫାଶ ହୋଇପାରିବ ବୋଲି ଆଶା କରାଯାଉଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାରୀ, ସବ୍‌ଇନ୍ସପେକ୍ଟର ସୌମ୍ୟକାନ୍ତ ବଳିୟାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories