www.samajalive.in
Tuesday, December 9, 2025
17.1 C
Bhubaneswar

ହରଭଙ୍ଗା ବ୍ଲକରେ ୟୁରିଆସାରର କୃତ୍ରିମ ଅଭାବ : ଧାରଣା, ଅନଶନ ସତ୍ତ୍ବେ ଚାଷୀଙ୍କୁ ମିଳୁନି ସାର

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକରେ ୟୁରିଆ ସାରର କୃତ୍ରିମ ଅଭାବ ଚାଷୀକୂଳ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଛି। ଅନିୟମିତତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କେତେଜଣ ପ୍ୟାକ୍ସ ସଂପାଦକଙ୍କୁ ନିଲମ୍ବିତ ପରେ ମଧ୍ୟ ଏହି ସମସ୍ୟାରେ ସୁଧାର ନଆସିବା ଚାଷୀଙ୍କୁ ହତାଶ କରିଛି। ଏନେଇ ଗୁରୁବାର ବାମଣ୍ଡା ପଂଚାୟତର ରଘୁନାଥପୁର ଏବଂ ନାଏକପଡା ଗ୍ରାମର ଶତାଧିକ ଚାଷୀ ସାର ପାଇବାରୁ ବଂଚିତ ହୋଇ ବାମଣ୍ଡା ପ୍ୟାକ୍ସ କାର୍ଯ୍ୟାଳୟକୁ ଘେରିବା ସହ ନିଜର ଅସନ୍ତୋଷ ଜାହିର କରିଥିବା ଜଣାପଡିଛି।

ମିଳିଥିବାସୂଚନା ଅନୁସାରେ ଚାଷୀଙ୍କୁ ସାରବଂଟନ ପାଇଁ ପ୍ୟାକ୍ସକୁ ୨୩୦କ୍ୱିଂଟାଲ ୟୁରିଆ ସାର ଯୋଗା ଦିଆଯାଇଥିଲା। ଭାରପ୍ରାପ୍ତ ସଂପାଦକ ପ୍ରିୟପ୍ରକାଶ ପ୍ରଧାନ ସାରବଂଟନ କରୁଥିଲେ। ମାତ୍ର ସାରପାଇଁ ୫ଶହରୁ ଅଧିକ ଚାଷୀଙ୍କ ଭିଡ ଯୋଗୁଁ ସାର ବଂଟନରେ ସମସ୍ୟା ଦେଖାଦେଇଥିଲା। ପୁଲିସ ଉପସ୍ଥିତିରେ ସାର ବଂଟନ ପାଇଁ ଚେଷ୍ଟା ସତ୍ୱେ ଚାଷୀଙ୍କ ହୋହାଲ୍ଲା ଯୋଗୁଁ ପରିସ୍ଥିତି ଅଣାୟତ ହୋଇଥିଲା। ଶେଷରେ ସାର ବଂଟନ ବନ୍ଦ କରିଦିଆଯାଇଥିବା ଜଣାପଡିଛି। ଅନ୍ୟପଟେ ରାଜ୍ୟ କୃଷିବିଭାଗ ପକ୍ଷରୁ ୟୁରିଆ ସାର ମହଜୁଦ୍ ଥିବା କୁହାଯାଉଥିବାବେଳେ ଚାଷୀଙ୍କ ଚାହିଦା ଅନୁସାରେ ଏବଂ ଧାନରେ ସାର ପ୍ରୟୋଗ ସମୟରେ ଚାଷୀ ଏଥିରୁ ବଂଚିତ ହେବା ଏହା ପଛର ରହସ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚାଷୀଙ୍କ ବୃହତସ୍ୱାର୍ଥ ଦୃଷ୍ଟିରୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶୃଙ୍ଖଲିତ ଭାବେ ସାର ବଂଟନ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ମହଲରୁ ଦାବି ଉଠୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories