www.samajalive.in
Sunday, December 14, 2025
15.1 C
Bhubaneswar

ବାପା ଅର୍କମଣ୍ୟ, ମାଆ ମାନସିକ ରୋଗୀ- ୧୦ବର୍ଷର ଶୈଶବ ଉପରେ ପରିବାରର ବୋଝ

ହରଭଙ୍ଗା : ଶୈଶବ ଅବସ୍ଥାରେ ହସିଲା ଖେଳିଲା ସମୟରେ ଜଣେ ନିଷ୍ପାପ ଶିଶୁ ଉପରେ ଅର୍କମଣ୍ୟ ବାପା,ମାନସିକ ରୋଗୀ ମାଆ ଏବଂ ଦୁଇ କୁନି କୁନି ଭାଇଙ୍କ ବୋଝ ମୁଣ୍ଡାଇଛନ୍ତି ଜଣେ ୧୦ବର୍ଷର ନାବାଳିକା। ଏଭଳି ଏକ ଦୁଃଖଦ ଘଟଣା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ରାଧାନଗରପଂଚାୟତ ସଦରମହକୁମାରେ ଦେଖିବାକୁ ମିଳିଛି। ଅସହାୟ ଅବସ୍ଥାରେ ରାଧାନଗର ହାଟପଦା ଅଂଚଳରେ ରହିଥିବା ଏକ ପରିତ୍ୟକ୍ତ ଘରେ ଅଜଣା ଅଚିହ୍ନା ଅରକ୍ଷିତ କାରିଗର, ତାଙ୍କ ପତ୍ନୀ, ଏକମାତ୍ର ଝିଅ ଏବଂ ଦୁଇପୁଅ ସେଠାରେ ଦିନ କାଟୁଛନ୍ତି। ଅରକ୍ଷିତଙ୍କ ଘର ଦେବଗଡଜିଲ୍ଲା ରିଆମାଳ ବ୍ଲକ ତାବଡା ପଂଚାୟତର କେନ୍ଦୁଘାଟ ବୋଲି ଜଣାପଡିଛି। ସେ ଦୀର୍ଘ ୪ବର୍ଷ ତଳେ ଅନୁଗୁଳୁ ଜିଲ୍ଲା ଆଠମଲ୍ଲିକ ଅଂଚଳକୁ ଜନୈକ ଠିକାଦାରଙ୍କ ପାଖରେ ଶ୍ରମିକ ଭାବେ କାମ କରିବା ପାଇଁ ଯାଇଥିଲେ। ପିଲାଛୁଆ ଧରି କାମଧନ୍ଦା କରି ଦୁଇ ପଇସା ରୋଜଗାର କରି ନିଜ ପରିବାର ଗୁଜୁରାଣ ମେଟାଂଉ ଥିଲେ। ମାତ୍ର ଠିକାଦାର ପାଖରେ କାମ କରି ଶ୍ରମିକ ମଜୁରୀ ନପାଇବାରୁ ଅରକ୍ଷିତ ପିଲାଛୁଆ ଧରି ବୌଦ୍ଧ ପଂହଚିଥିଲେ।  ଶେଷରେ ରାଧାନଗରଠାରେ ୪ବର୍ଷ ହେଲା ମୂଲମଜୁରୀ କରି ଦିନକାଟୁଥିଲେ। କିଛିଦିନତଳେ କାମଧନ୍ଦା ସାରି ଘରକୁ ଫେରୁଥିବା ସମୟରେ ଏକ ସଡକ ଦୁର୍ଘଟଣାରେ ଅରକ୍ଷିତ ଅର୍କମଣ୍ୟ ହୋଇପଡିଲେ। ଏହାପରେ ତାଙ୍କ ପରିବାର ଦୁଃଖ କହିଲେ ନସରେ। ଘରର ଏକମାତ୍ର ରୋଜଗାରିଆଙ୍କ ଏଭଳି ଅବସ୍ଥା ୫ପ୍ରାଣୀ କୁଟୁମ୍ବକୁ ଅସହାୟ କରିଛି। ଫଳରେ ୧୦ବର୍ଷର ଝିଅ ମାଗିଯାଚି ଯାହା ଆଣୁଛି ସେଥିରେ ଚୁଲି ଜଳୁଛି। ଦିନେ ଖାଇଲେ ଦିନେ ଉପାସରେ ଦିନ କଟୁଥିବା ଏହି ଗରିବ ଅରକ୍ଷିତଙ୍କ ପରିବାରଙ୍କ ପାଖରେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ପଂହଚି ତାଙ୍କର ଏଭଳି ଅବସ୍ଥା ଦେଖି ତାଙ୍କୁ ସହାୟତାର ହାତ ବଢାଇଛନ୍ତି।
ଦୁଇଓଳି ପରିବାରଙ୍କୁ ପଂଚାୟତ ପକ୍ଷରୁ ରନ୍ଧାଖାଦ୍ୟ ଦେବାକୁ ସ୍ଥାନୀୟ ପି.ଇ.ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ତାଙ୍କ ନିଜ ଘରକୁ ଫେରିବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯିବାକୁ ବି.ଡି.ଓ ପ୍ରତିଶ୍ରୁତି ଦେଇଛନ୍ତି। ସରକାର ଏଭଳି ଏକ ଗରିବ ପରିବାରକୁ ସବୁ ପ୍ରକାର ଆର୍ଥିକ ସହାୟତା ଯୋଗାଇବାକୁ ଦାବି ହେଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories