www.samajalive.in
Friday, December 12, 2025
14.1 C
Bhubaneswar

ଭାରତୀୟ ଜଳସୀମା ମଧ୍ୟରୁ ୪୫ ମତ୍ସ୍ୟଜୀବୀଙ୍କୁ ଅପହରଣ କଲା ପାକ୍ ନୌସେନା

ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ଥାନ ପକ୍ଷରୁ ଆରମ୍ଭ ହୋଇଛି ଉସୁକାଇବା ପରି କାମ । ବୁଧବାର ପାକିସ୍ଥାନ ନୌସେନା ଭାରତୀୟ ଜଳସୀମା ମଧ୍ୟରେ ପ୍ରବେଶ କରି ୮ଟି ବୋଟରେ ସବାର ୪୫ ମତ୍ସ୍ୟଜୀବୀଙ୍କୁ ବନ୍ଦୀ କରି କରାଚୀ ବନ୍ଦରକୁ ନେଇ ଯାଇଛି । ୮ଟି ବୋଟ୍ ମଧ୍ୟରୁ ୬ଟି ପୋରବନ୍ଦର ଓ ୨ଟି ବୋଟ୍ ବିରାବଲ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହାକୁ ନେଇ ଗୁଜରାଟର ମତ୍ସ୍ୟଜୀବୀମାନେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପାକ୍ ନୌସେନା ଦ୍ବାରା ଗିରଫ ମତ୍ସ୍ୟଜୀବୀମାନେ ଭାରତୀୟ ଜଳସୀମା ମଧ୍ୟରେ ମାଛ ଧରୁଥିଲେ, ମାତ୍ର ପାକ୍ ନୌସେନା ସେମାନଙ୍କୁ ଅଯଥାରେ ବନ୍ଦୀ କରି ନେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ପାକ ନୌସେନାର ଏହି କାର୍ଯ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ସତର୍କ ହୋଇଯାଇଛି । ଏହାପୂର୍ବରୁ ଗତ ଫେବ୍ରୁଆରୀ ମାସରେ ପାକ୍ ତଟରକ୍ଷୀବାହିନୀ ସୌରାଷ୍ଟ୍ରର ୩ଟି ନୌକା ସହ ୧୭ ମତ୍ସ୍ୟଜୀବୀଙ୍କୁ ବନ୍ଦୀ କରି ନେଇଥିଲା । ଏମାନେ ଏବେ କରାଚୀ ଜେଲରେ ବନ୍ଦୀ ଜୀବନ ବିତାଉଛନ୍ତି । 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories