www.samajalive.in
Thursday, December 11, 2025
18.1 C
Bhubaneswar

୨୦୨୧ ପ୍ରାରମ୍ଭରେ ଆସିବ କରୋନା ଟିକା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ପ୍ରାରମ୍ଭରେ କରୋନା ଟିକା ଆସିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଦୃଢ ଆଶା ବ୍ୟକ୍ତ କରିଛନ୍ତି। ରବିବାର ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ୨୦୨୧ ପ୍ରଥମ ତ୍ରୟମାସିକ ମଧ୍ୟରେ କରୋନା ଟିକା ପ୍ରସ୍ତୁତ ହୋଇଯିବ। ସରକାର ଜରୁରୀ ଭିତ୍ତିରେ ଟିକା ପ୍ରସ୍ତୁତି କାର୍ଯ୍ୟ ଚଳାଇଛନ୍ତି। ଟିକା ପ୍ରସ୍ତୁତ ପରେ ଏହାକୁ ବରିଷ୍ଠ ନାଗରିକ ଓ ଜରୁରୀସ୍ଥିତିରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପ୍ରଥମେ ଦିଆଯିବ। ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ କିପରି ବୃଦ୍ଧି କରାଯାଇପାରିବ ତା’ ଉପରେ କରୋନା ଟିକା ପ୍ରଶାସନର ଜାତୀୟ ବିଶେଷଜ୍ଞ ଦଳ କାର୍ଯ୍ୟ କରୁଛନ୍ତି। ଟିକା ଉପରୁ ଲୋକଙ୍କ ଭୟ ଦୂର କରିବା ଲାଗି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଥମ କରୋନା ଟିକା ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ପ୍ରଥମ କରୋନା ଟିକା ନେଇ ଲୋକଙ୍କ ମନରୁ ଆଶଙ୍କା ଦୂର କରିବା ଲାଗି ସେ ଆଗ୍ରହୀ ବୋଲି ସେ କହିଛନ୍ତି। ‘ରବିବାର ସମ୍ବାଦ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଟିକାର ମାନବ ପରୀକ୍ଷଣ ପାଇଁ ସରକାର ଯଥେଷ୍ଟ ଯତ୍ନବାନ ହେଉଛନ୍ତି। ସେହିପରି ଟିକାର ମୂଲ୍ୟ, ଆବଶ୍ୟକତା, ସମୟମ ସୀମା ଏସବୁ ଉପରେ ଗୁରୁତ୍ବର ସହିତ ବିଚାର କରାଯାଉଛି। କିଣିବା କ୍ଷମତା ଥିବା ବ୍ୟକ୍ତିଙ୍କ ପରିବର୍ତ୍ତେ ଜରୁରୀ ଆବଶ୍ୟକ ବ୍ୟକ୍ତି ପାଇଁ ଏହା ଉପଲବ୍ଧ କରାଯିବ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories