www.samajalive.in
Friday, December 12, 2025
16.1 C
Bhubaneswar

ମହିଳାଙ୍କ ଆତ୍ମହତ୍ୟା ଘଟଣା; ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ପରିବାର

ନବରଙ୍ଗପୁର : ସ୍ଥାନୀୟ ଶଙ୍ଖାରୀ ସାହିରେ ଗତ କାଲି ସନ୍ଧ୍ୟା ସମୟରେ ଭଡା ଘରେ ରହୁଥିବା ଜନୈକ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଥିବା ନେଇ ଅଭିଯୋଗ ପରେ ନବରଙ୍ଗପୁର ପୁଲିସ ପହଂଚି ଥିଲା ଏବଂ ଆଜି ଶବକୁ କଢାଯାଇ ବ୍ୟବଛେଦ ପାଇଁ ପଠାଯାଇଥିଲା। ତେବେ ଆଜି ମହିଳାଙ୍କ ସଂପର୍କୀୟ ଲୋକେ ସମ୍ପୃକ୍ତ ମହିଳାଙ୍କୁ  ହତ୍ୟା କରାଯାଇଥିବା ନେଇ ଥାନାରେ  ଅଭିଯୋଗ କରିଛନ୍ତି । ଦୁଇଟି ସନ୍ତାନର ମା’ ସମ୍ପୃକ୍ତ ମହିଳାଙ୍କ ଜନ୍ମଦିନରେ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଣିଛନ୍ତି ମହିଳାଙ୍କ ମଉସା ଓ ମାଉସୀ । ସେମାନଙ୍କ କହିବା ଅନୁଯାୟୀ, ପ୍ରଥମେ ହତ୍ୟା କରିବା ପରେ ମହିଳାଙ୍କ ମୃତ ଶରୀରକୁ ଫ୍ୟାନରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦିଆଯାଇଛି।
ସୂଚନା ଅନୁଯାୟୀ, ପି ରବି ନାମକ ଯୁବକ ସୁଦୂର ଆନ୍ଧ୍ରପ୍ରଦେଶର କାକିନଡା ଜିଲ୍ଲାସ୍ଥିତ ଆନୁଭରମ ଗ୍ରାମରୁ ପି ରୂପା ନାମକ ଯୁବତୀଙ୍କୁ ୭ ବର୍ଷ ତଳେ ବିବାହ କରିଥିଲେ । ଇତି ମଧ୍ୟରେ ରୂପା ଦୁଇଟି ସନ୍ତାନର ଜନନୀ ହେବା ସତ୍ତ୍ବେ ସ୍ବାମୀ ପି ରବି ତାଙ୍କୁ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏନେଇ ସେ ରୂପାଙ୍କ ଉପରେ ଶାରୀରିକ ନିର୍ଯ୍ୟାତନା କରୁଥିବା ପରିବାର ପକ୍ଷରୁ କୁହାଯାଇଛି ।
ତେବେ ଶନିବାର ମହିଳାଙ୍କ ଜନ୍ମଦିନରେ ପି ରୂପାଙ୍କ ଶ୍ବଶୁର ଘରେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିବା ରୁପାଙ୍କ ମଉସା ଏବଂ ମାଉସୀ ଅଭିଯୋଗ କରିଛନ୍ତି ।  ସେପଟେ ନବରଙ୍ଗପୁର ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହକୁ ଘର ଭିତରରୁ କଢା ଯାଇଥିବା ବେଳେ ଘଟଣାରେ ପୁଲିସ୍ ତଦନ୍ତ ଜାରି ରଖିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories