www.samajalive.in
Friday, December 12, 2025
27.1 C
Bhubaneswar

ଆର୍ଥିକ ଦୁର୍ଦଶାରେ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ନଇମୁଦ୍ଦିନ୍‌

କଲକାତା: ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ସୟଦ୍‌ ନଇମୁଦ୍ଦିନ୍‌ ବର୍ତ୍ତମାନ ଆର୍ଥିକ ଦୁରବସ୍ଥା ମଧ୍ୟ ଦେଇ ଗତି କରୁଥିବା ଜଣାପଡ଼ିଛି। ୧୯୭୦ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍‌ ପଦକ ଜିତିଥିବା ଭାରତୀୟ ଫୁଟବଲ ଦଳର ଅଧିନାୟକ, ପୂର୍ବତନ ଜାତୀୟ ପ୍ରଶିକ୍ଷକ, ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ୭୬ ବର୍ଷୀୟ ନଇମୁଦ୍ଦିନ ସବୁଦିନ ବାଲିଗଞ୍ଜକୁ ଯାଇ ଲଟେରି ଟିକଟ୍ କିଣିଥାନ୍ତି। ଏହି ଲଟେରି ଟିକଟ ତାଙ୍କ ଭାଗ୍ୟ ପରିବର୍ତ୍ତନ କରିବ ବୋଲି ନଇମୁଦ୍ଦିନ ଆଶା ରଖିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନଇମୁଦ୍ଦିନ୍‌ କହିଛନ୍ତି ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ କିଛି ଟଙ୍କା ନାହିଁ। ଏକ ସଂସ୍ଥା ତରଫରୁ ତାଙ୍କୁ ପ୍ରତି ମାସରେ ଅଳ୍ପ ଟଙ୍କା ଅନୁଦାନ ବାବଦରେ ମିଳିଥାଏ। ଏହି ଟଙ୍କାରେ ଚଳିବା ତାଙ୍କ ନିମନ୍ତେ ବେଶ୍ କଷ୍ଟକର। ତାଙ୍କ ଦୁଇ ପୁଅ ବିଦେଶରେ ରହୁଛନ୍ତି ତେବେ ସେମାନଙ୍କ ଠାରୁ ଟଙ୍କା ମାଗିବାକୁ ଲାଜ ଲାଗୁଥିବା ନଇମୁଦ୍ଦିନ୍‌ କହିଛନ୍ତି। ସେ ଭାରତୀୟ ଫୁଟବଲ ଦଳର ଅଧିନାୟକ ଥିବାରୁ ଭିକ୍ଷା ମାଗିପାରିବେ ନାହିଁ ତେଣୁ ଆର୍ଥିକ ଦୁରବସ୍ଥାରୁ ମୁକ୍ତି ପାଇବାକୁ ଲଟେରି ଟିକଟ୍‌ ଉପରେ ଭରସା ରଖିଛନ୍ତି।
ଫୁଟବଲର୍‌ ଭାବେ ସେ ଅନେକ ସଫଳତା ଦେଶ ପାଇଁ ଆଣିଥିଲେ ମଧ୍ୟ ନିଜକୁ ଆର୍ଥିକ ଦୃଷ୍ଟିରୁ ସକ୍ଷମ କରାଇବାରେ ବିଫଳ ହୋଇଥିଲେ ବୋଲି ନଇମୁଦ୍ଦିନ୍‌ କ୍ଷୋଭର ସହ କହିଛନ୍ତି। ଭାରତୀୟ କ୍ରିକେଟର୍‌ମାନେ ଯେତେକି ପରିମାଣର ଅର୍ଥ ରୋଜଗାର କରୁଛନ୍ତି ତାହାର ଅଧା ଯଦି ଫୁଟବଲର୍‌ମାନେ ରୋଜଗାର କରନ୍ତି ତେବେ ସେମାନଙ୍କ ଅବସ୍ଥାରେ ଉନ୍ନତି ଆସିପାରନ୍ତା ବୋଲି ନଇମୁଦ୍ଦିନ୍‌ ମତବ୍ୟକ୍ତ କରିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories