www.samajalive.in
Friday, December 12, 2025
16.1 C
Bhubaneswar

ମାଟ୍ରିକ ପରୀକ୍ଷାରେ ପାସ୍‌ କରାଇଦେବା ନାଁରେ ଗରିବ ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ ଅଭିଯୋଗରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

ନବରଙ୍ଗପୁର : ମାଟ୍ରିକ ପରୀକ୍ଷାରେ ପାସ୍‌ କରାଇଦେବା ନାଁରେ ଗରିବ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ପ୍ରଧାନଶିକ୍ଷକ। ନବରଙ୍ଗପୁର ଜିଲା କୋଷା ଗୁମୁଡ଼ା ବ୍ଲକ ଆଦିବାସୀ, ହରିଜନ କଲ୍ୟାଣ ବିଭାଗର କର୍ଚ୍ଚାମାଲ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ କୁମାର ବେହେରାଙ୍କୁ ଜିଲାପାଳ ନିଲମ୍ବିତ କରିଛନ୍ତି। ସୂଚନାଅନୁସାରେ ଗରିବ ଆଦିବାସୀ, ହରିଜନ ସମ୍ପ୍ରଦାୟର ୧୦ମ ଶ୍ରେଣୀ ଛାତ୍ରୀ ମାନଙ୍କୁ ଭୁଆଁ ବୁଲାଇ ମ୍ୟାଟ୍ରିକ ପରୀକ୍ଷାରେ ପାସ କରାଇଦେବା ନାରେ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ ପ୍ରଧାନ ଶିକ୍ଷକ ସୁରେଶ କୁମାର ବେହେରା।

ଖାଲି ସେତିକି ନୁହେଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ କପି ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନ ଶିକ୍ଷକ । ଏବଂ ଏଥି ପାଇଁ ମୋଟାଅଙ୍କର ଟଙ୍କା ମଧ୍ୟ ଆଦାୟ କରିଥିଲେ।  କିନ୍ତୁ ପରୀକ୍ଷା ରେ କୌଣସି ପ୍ରକାର ସାହାଯ୍ୟ ନ ମିଳିବା ଯୋଗୁ ୪୦ ରୁ ଉର୍ଦ୍ଧ୍ବ ଛାତ୍ରୀ ପରୀକ୍ଷାରେ ଫେଲ ହେବା ପରେ ପ୍ରଧାନ ଶିକ୍ଷକଙ୍କୁ ଟଙ୍କା ଫେରାଇବାକୁ ଅଭିଭାବକ ଏବଂ ଛାତ୍ରୀ କହିଥିଲେ। ପ୍ରଧାନ ଶିକ୍ଷକ ଟଙ୍କା ନଫେରେଇ ବାରୁ ଏ ନେଇ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଜିଲାପାଳଙ୍କୁ ଜଣାଇଥିଲେ । ଜିଲାପାଳ ଘଟଣାର ତଦନ୍ତ କରି ଆଜି ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ସରକାରୀ କାର୍ଯ୍ୟରେ ଅନିମିୟତା ଏବଂ ହେରଫେର ପାଇଁ କାର୍ଯ୍ୟରୁ ନିଲମ୍ବନ କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories